ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୧୫ ଆଫଗାନୀ ମୃତ

Pakistan's air strike on Afghanistan

ଇସଲାମାବାଦ: ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରିଛି ପଡୋଶୀପାକିସ୍ତାନ। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ପକ୍ତିକା ପ୍ରଦେଶର ବରମଲ ଜିଲ୍ଲାର ଲମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଛି। ପାକିସ୍ତାନୀ ଅଧିକାରୀମାନେ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)ର ଏକ ତାଲିମ ଶିବିରକୁ ଧ୍ୱଂସ କରି ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛି। ଖାମା ପ୍ରେସ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣ ୨୪ଡିସେମ୍ବର ରାତିରେ ମହିଳା ଏବଂ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ମାର୍ଚ୍ଚ ପରଠାରୁ ତେହରିକ ତାଲିବାନ ପାକିସ୍ତାନ ଟାର୍ଗେଟରେ ଆଫଗାନିସ୍ତାନ ଭିତରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ଆକ୍ରମଣ। ମାର୍ଚ୍ଚରେ ଆଫଗାନିସ୍ତାନ ଭିତରେ ଥିବା ସୀମାନ୍ତ ଅଞ୍ଚଳରେ ଗୁପ୍ତଚର ଆଧାରରେ ଏହି ଆକ୍ରମଣ କରାଯାଇଛି ବୋଲି ପାକିସ୍ତାନ କହିଥିଲା ​​। ପାକିସ୍ତାନର ଆକ୍ରମଣ ପରେ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିଶୋଧ ନେବାକୁ ଧମକ ଦେଇଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନିନ୍ଦା କରି କହିଛି, ଏଥିରେ ମହିଳା ଓ ଶିଶୁ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଛି। ଏଥିରେ କୁହାଯାଇଛି, ଅଧିକାଂଶ ପୀଡିତ ବ୍ୟକ୍ତି ୱାଜିରିସ୍ତାନ ଅଞ୍ଚଳର ଶରଣାର୍ଥୀ ଅଟନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page