ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ‘ଘୁମୁରା’ ଉତ୍ସବ ପାଳନ ପାଇଁ ଗଡ଼ିଲା ରଥ ପ୍ରଚାର ପ୍ରସାର ରଥ

କଳାହାଣ୍ଡି 0୨/0୧(ପ୍ୟାରିଲାଲ ଦୁର୍ଗା)-: କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆୟୋଜିତ ହେଉଛି। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ପରେ ବ୍ଲକସ୍ତରୀୟ ଏବଂ ଶେଷରେ ଜିଲ୍ଲାସ୍ତରରେ ପାଳନ କରାଯାଇଥାଏ | ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଜାନୁଆରୀ ୧୦, ୧୧, ୧୨ରେ ଅନୁଷ୍ଠିତ ହେବ । ଏ ନେଇ ମଙ୍ଗଳବାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ସଚେତନା ରଥର ଉଦ୍‌ଘାଟନ କରାଯାଇଛି। ୨୮ ଟି ପଞ୍ଚାୟତରେ ଏହା ପ୍ରଚାର ପ୍ରସାର କରିବ | ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଉତ୍ସବ କମିଟିର ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ, ସଂଯୋଜକ ବିଡ଼ିଓ ଶ୍ରୀଧର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ, ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ସୁଧୀର ସାହୁ, ସାମ୍ବାଦିକ ଆଶୁତୋଷ ରାଉତ, ବଟକୃଷ୍ଣ ପଣ୍ଡା, ନିଧିକୁମାର ପୁଟେଲ, ମହେନ୍ଦ୍ର ଦାସ, ଦାମୋଦର ଦାସ, ଶ୍ୟାମସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page