କିସ୍-କଳାହାଣ୍ଡିରେ ନୂତନ ବର୍ଷ 2025 ପାଳିତ

କଳାହାଣ୍ଡି,0୨/0୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସ୍ଥିତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ନୂତନ ବର୍ଷ ପାଳିତ ହେଇଯାଇଛି | ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା ପଣ୍ଡା ଓ ପ୍ରାଥମିକ ଶିକ୍ଷୟତ୍ରୀ ସୁଶ୍ରୀ କୁମୁଦିନୀ ମାଝୀ କିସ୍ ଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣେଇ ଥିଲେ | ପରେ ସନ୍ଧ୍ୟାରେ ନୂତନ ବର୍ଷକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମର ଥିମ ଥିଲା ” ଝୀଅ ସବୁକିଛି କରିପାରେ ” | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବିବେକାନନ୍ଦ ମହାନନ୍ଦ ଜିଲ୍ଲା ସଂସ୍କୃତି ଅଧିକାରୀ କଳାହାଣ୍ଡି, ଶ୍ରୀମତୀ ସ୍ନେହଲତା ଷଢଙ୍ଗି ଶିକ୍ଷ୍ୟାବିତ ତଥା ସମାଜସେବୀ ଭବାନୀପାଟଣା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ପରମାନନ୍ଦ ମାଝୀ ସମାଜସେବୀ ତଥା କିସ୍ ର ଶୁଭଚିନ୍ତକ, କିସ୍ ର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ, ଉପ-ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା ପଣ୍ଡା ସମତେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |
ପ୍ରାରମ୍ଭରେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ପୂଜା ଅର୍ଚନା ପରେ ଅତିଥି ମାନଙ୍କୁ କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ହାତ ତିଆରି ପୁଷ୍ପ ଗୁଚ୍ଛ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣେଇବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ମୁଖ୍ୟ ଅତିଥି ଶ୍ରୀ ଦରୱାନ ତାଙ୍କ ବକ୍ତବ୍ୟରେ ଥିମ “ଝୀଅ ସବୁକିଛି କରିପାରେ” ତା ଉପରେ ଝୀଅ ମାନଙ୍କୁ କେମିତି ଆଗକୁ ଯିବେ ତା ଉପରେ ବୁଝେଇଥିଲେ | ସେହିପରି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ଝୀଅ ମାନଙ୍କ ବ୍ୟବହାର ଓ ଶାନ୍ତି ଶୃଙ୍ଖଳା ଦେଖି ଧନ୍ୟବାଦ ଦେବା ସହ କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସମାନଙ୍କୁ ମଧ୍ୟ ଭୁୟସୀ ପ୍ରଶଂସା କରିଥିଲେ | ସମାଜସେବୀ ଶ୍ରୀମତୀ ଷଢଙ୍ଗି ଝୀଅ ମାନଙ୍କୁ କହିଥିଲେ ଯିଏ ତମକୁ ଏତେ ସୁନ୍ଦର ପରିବେଶରେ ରଖି ଶିକ୍ଷା ପ୍ରଦାନ କରୁଛନ୍ତି ସେ ମହାନ ପୁରୁଷ ଡ଼. ଅଚ୍ୟୁତ ସାମନ୍ତ ଏବଂ କିସ୍ କୁ ଭୁଲିବନି ବୋଲି କହିଥିଲେ | ପରେ ଝୀଅ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ ପ୍ରାଥମିକ ଶିକ୍ଷୟତ୍ରୀ ସୁଶ୍ରୀ ଜ୍ୟୋତିର୍ମୟୀ ରଣା | ପରିଶେଷରେ କିସ୍ ର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page