ସାହିତି୍ୟକା ଜୟଶ୍ରୀ ଦାସଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ

ପୁରୀ,୩.୧.୨୦୨୫: ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ମହୋସôବ ୨୦୨୫ ପୁରୀସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡ. ତି୍ରଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଶଶଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ଆଇନଜୀବୀ କେଶବ ଚନ୍ଦ୍ର ରାଉତ, ବ୍ୟଙ୍ଗ କବି ସଂପଦ କୁମାର ରଥ ଉପସ୍ଥିତ ରହିବା ସହ ଉତ୍କଳର କଳା, ସଂସ୍କୃତିକୁ ଆଗେଇ ନେବା ଓ ନୂତନ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତି୍ୟକା, ଲେଖିକା ଜୟଶ୍ରୀଦାସଙ୍କୁ ଶ୍ରୀକ୍ଷେତ୍ର ରନô ସମ୍ମାନ ୨୦୨୫ ସମ୍ମାନରେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ବସନ୍ତ ଦାସ ଓ ଦିନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଭାମାନେ ଯୋଗଦେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାରମାନଙ୍କ ଦ୍ୱାରା ପରିବେଶଷ କରାଯାଇଥିଲା ବୋଲି ବସନ୍ତ ଦାସ ମତବ୍ୟକ୍ତ କରିଥିଲେ ।
ମୋ: ୯୯୩୭୩୩୮୦୩୦

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page