ନୂଆବର୍ଷରେ ନୂଆସୋମେଶ୍ୱରପୁର ହାଇସ୍କୁଲ୍ ର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ

ସାକ୍ଷୀଗୋପାଳ: ବୃକ୍ଷ ହିଁ ଜୀବନ, ବୃକ୍ଷ ରୋପଣ କରନ୍ତୁ, ପରିବେଶକୁ ସୁରକ୍ଷା ଦିଅନ୍ତୁ । ଏଭଳି ଅନୁଚିନ୍ତା ସହିତ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ନୂଆସୋମେଶ୍ୱରପୁର ସ୍କୁଲ୍ର ୨୦୦୭ ବ୍ୟାଚ୍ ର ପୂର୍ବତନ ଛାତ୍ର ଓ ଛାତ୍ରୀ । ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍କୁଲ୍ ଦିନର ସ୍ମୃତିକୁ ତାଜା କରିବା ସହିତ ପରିବେଶ ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ନବବର୍ଷର ତୃତୀୟ ଦିନ ତଥା ଶୁକ୍ରବାର ବଳପୁର ସାଗରସ୍ନାନ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଏଭଳି ନିଆରା କାର୍ଯ୍ୟକ୍ରମ । ଏଥିରେ ବିଭିନ୍ନ

କର୍ମକ୍ଷେତ୍ରରେ ନିୟୋଜିତ ଥିବା ୪୦ ରୁ ଅଧିକ କର୍ମଜୀବୀ ବନ୍ଧୁଗଣ ଏକାଠି ହୋଇ ପରିବେଶ ସୁରକ୍ଷା ପାଇଁ ଶପଥ ନେବା ସହିତ ଚାରା ବଂଟନ କରିଥିଲେ । ଶେଷରେ ଭୋଜିଭାତର ଆୟୋଜନ କରାଯାଇ ନବବର୍ଷକୁ ମନଭରି ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ । ଏହି ଅବସରରେ ସମସ୍ତେ ଶପଥ ନେଇଥିଲେ, ନୂଅବର୍ଷର ଶପଥ ନେବା, ନିଜ ପାଇଁ ବୃକ୍ଷଟିଏ ଲଗାଇବା । Report: Deepak Pradhan

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page