କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ

କଳାହାଣ୍ଡି ,୪ |୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ସାମାଜିକ ସମରସତା ଗତିବିଧି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି , ନୂଆପଡ଼ା, ରାୟଗଡା, ବଲାଙ୍ଗୀର ,ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କାର୍ଯ୍ୟ କର୍ତ୍ତା ମାନେ ଅଂଶ ଗ୍ରହଣ କରି ଥିଲେ। ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ

ଡିଲେଶ୍ୱର ମହାନ୍ତଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ସଂଯୋଜକ ଶ୍ୟାମ ପ୍ରସାଦ ଜୀ ଜନ୍ମଗତ ଅସ୍ପୃଶ୍ୟତା , ଧର୍ମ, ସମ୍ବିଧାନ ବିରୋଧୀ ଏକ ଶଶକ୍ତ ସମାଜ ନିର୍ମାଣ ପାଇଁ ତଥା ସମରସତାର ଜାଗରଣ ଅନିବାର୍ଯ୍ୟ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ । ଏହା ପରେ ସ୍ଥାନୀୟ ଅଭିଭାବିକା ଏବଂ ମା ଭଉଣୀ ମାନଙ୍କୁ ନେଇ ଲୋକ ମାତା ଅହଲ୍ୟା ବାଇ ହୋଲକରଙ୍କ ୩୦୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇ ଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page