ଗୋଲାମୁଣ୍ଡା ବ୍ଲକରେ କଳାହାଣ୍ଡି ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ଼,୬/୧,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଆଉ କିଛି ଦିନ ବ୍ୟବଧାନରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର ମହାସମାରୋହ । ଏହି ଅବସରରେ ଆଜି ଗୋଲାମୁଣ୍ଡା ବ୍ଲକ ସଭା ଗୃହରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଶ୍ରୀଧର ପଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକ, ସି ଡ଼ି ପିଓ, କେ ଉଷା ଲକ୍ଷ୍ମୀ,ବି, ଇ,ଓ ଭବାନୀ ଶଙ୍କର ଯୋଷୀ ପ୍ରମୁଖ ଉପସ୍ଥିତ ଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ଆଇ.ଆଇ.ସି, ସ୍ୱେତା ପଦ୍ମା ସେଠ, ଜି.ପି.ଓ ରମିତ୍ କୁମାର ପଣ୍ଡା, ସରପଞ୍ଚ ଜିମୁତ ବାହାନ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଯୋଗାଣ ଅଧିକାରୀ ଦିବ୍ୟରାଜ ଭୋଇ, ଜେ.ଇ ଚିତରଞ୍ଜନ ଜେନା, ଜନକଲ୍ୟାଣ ସାମ୍ୱାଦିକ ସଂଘ ସଭାପତି ରାମ କୁମାର ସେନାପତି ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମୂଖ୍ୟତଃ ପୋଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଜିକାର ବୈଠକରେ ଆଲୋଚନା କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page