ବାଲିଅନ୍ତା,୨୬/୦୧: ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍ ଆଜି ଫାଇନାଲ ରେ ଏଫ୍ ସି ସି କେଶୁରା ଓ ଯାଆଁଳା କ୍ରିକେଟ୍ କ୍ଲବ ମଧ୍ଯରେ ହୋଇଥିଲା ପ୍ରଥମେ ଟଚ୍ ଜିତି ଯାଆଁଳା ବ୍ୟାଟିଂ ର ନିଷ୍ପତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ଏହି ମ୍ୟାଚ୍ ରେ ୧୭.୦୩ ଓଭରରେ ତାର ସମସ୍ତ ୧୦ ୱଇକେଟ ହରାଇ ୧୩୩ ରନ କରିବାରେ ସକ୍ଷମ ହେଇଥିଲା।ବିଜୟ ମକୁଟ କୁ ହାତେଇବା ପାଇଁ କେଶୁରା ଦଳ ୯ ୱିକେଟ୍ ହରାଇ ଶେଷ ଓଭର ରେ କର ଅବା ମର ପରିସ୍ଥିତି ରହି ଶେଷରେ ସଂଘର୍ଷ ପୂର୍ଣ୍ଣ ପୂର୍ବକ ମ୍ୟାଚଟିକୁ ଜିତି ଯାଇଥିଲେ। କେଶୁରା ଦଳ ପକ୍ଷରୁ ଲୋକନାଥ ପାତ୍ରଙ୍କ ୪ ଓଭରରେ ୨୦ ରନ୍ ଏହି ଘାତକ ପୂର୍ଣ୍ଣ ବୋଲିଂ ରେ ମୋଟ

୫ୱିକେଟ୍ ନେଇଥିଲେ। ଏବଂ ବ୍ୟାଟିଂ କରି ମଧ୍ଯ ୩୫ ରନ ସଂଗ୍ରହ କରିଥିଲେ। ଅଲ୍ ରାଉଣ୍ଡର ପ୍ରଦଶର୍ଣ୍ଣ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ କରାଯାଇଥିଲା ।ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଅଭିମନୁ ସ୍ୱାଇଁ ଯାଆଁଳା ଦଳ ର ମ୍ୟାନ ଅଫ ଦି ସିରିଜ୍ ହୋଇଥିଲେ ।ଚାମ୍ପିୟନ ଦଳ କୁ ନଗଦ ୫୦,୦୦୦ ଟଙ୍କା ଓ ଟ୍ରଫି ଓ ରନର ର୍ସପ ଦଳକୁ ୩୫,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଓ ଧଉଳି ମଣ୍ଡଳ ବିଜେପି ସଭାପତି ସୂର୍ଯ୍ୟ ରଞ୍ଜନ ସାହୁ,ଓ ଗ୍ରାମ୍ୟ କମିଟି ସଭାପତି କବିରାଜ ସ୍ୱାଇଁ, ଯାତ୍ରା ସ୍ବର୍ଣ୍ଣମହଲର ମୁଖ୍ୟ ଉପଦେଷ୍ଟା କ୍ଷୀରୋଦ କୁମାର ସ୍ୱାଇଁ, ପ୍ରଫୁଲ କୁମାର ସ୍ୱାଇଁ, ଭାଗବତ ମୁଖୀ, ଲଷ୍ମୀଧର ପ୍ରଧାନ, ତ୍ରଲୋକ୍ୟ ସ୍ୱାଇଁ, ହାଡିବନ୍ଧୁ ସ୍ୱାଇଁ, ଅଭିମନ୍ୟୁ ସାମନ୍ତରାୟ, ରିଲା ଭଞ୍ଜ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ, ଶେଷରେ ଆୟୋଜକ ଭଗବତୀ ଯୁବକ ସଙ୍ଘ, ବାଙ୍କୁଆଳ କୁ ସମସ୍ତେ ଧନ୍ୟବାଦ ଜଣାଇ ଥିଲେ,