ଭୁବନେଶ୍ୱର: ନବଦାସ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସହିତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଫାଉଣ୍ଡେସନ ର ଅଧ୍ୟକ୍ଷ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡ଼ିଆ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବରେନ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼ଃ ପଞ୍ଚାନନ କାନୁନଗୋ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା, କେନ୍ଦ୍ରାପଡ଼ା ବିଧାୟକ

ଗଣେଶ୍ୱର ବେହେରା, ସମ୍ମାନିତ ଅତିଥି ଭାବେ କଟକ ମେୟର ସୁବାସ ସିଂ,ବିଶିଷ୍ଟ ଶିକ୍ଷାବିତ ଡ଼ଃ ବଦ୍ରୀନାଥ ପଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟନାୟକ, ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ଉପସ୍ଥିତ ରହି ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ପୁସ୍ତକ “ସ୍ମୃତିରେ ନବ “ଲୋକାର୍ପିତ କରିଥିଲେ. ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂଜାରୀ ଶ୍ରଦ୍ଧାଞ୍ଜଳି ଜଣାଇ ମତବ୍ୟକ୍ତ କରିଥିଲେ ଯେ, ନବବାବୁ ଉତ୍ତରପିଢ଼ି କୁ ପ୍ରେରଣା ଦେଉଥିବା ସହିତ ଅସହାୟ ବ୍ୟକ୍ତିଙ୍କ ସ୍ୱର ପାଲଟିଥିଲେ. ସେହିପରି ଡ଼ଃ କାନୁନଗୋ କହିଥିଲେ ଯେ ସମାଜସେବା, ସ୍ୱାସ୍ଥ୍ୟ ସହିତ ସାଧାରଣ ଜନତା ଙ୍କ ସହିତ ମିଶିବାର କଳା ରେ ସେ ବେଶ ସିଦ୍ଧହସ୍ତ ଥିଲେ. ସାଧାରଣ ମଣିଷ ଙ୍କ ପ୍ରତି ସେବା, ସମର୍ପଣ ଭାବ,ସହିତ ମାନବୀୟ ମୂଲ୍ୟବୋଧ, କୃଷି, ଶିଳ୍ପ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସମଗ୍ର ଓଡିଶା ତଥା ଝାରସୁଗୁଡା ର ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ରହୁଥିଲେ llଡ଼ଃ ଜ୍ଞାନେନ୍ଦ୍ର ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ I ତାଙ୍କ ମୃତ୍ୟୁ ଏକ ରହସ୍ୟ ଓ ସିବିଆଇ ତଦନ୍ତ ଦ୍ୱାରା ପ୍ରକୃତ ତଥ୍ୟ ଉନ୍ମୋଚିତ ହେବ ବୋଲି ବିଧାୟକ ଗଣେଶ୍ୱର ବେହେରା, ଉଦଘାଟକ ଜୟ ନାରାୟଣ ମିଶ୍ର କହିଥିଲେ.ll ପ୍ରକୃତରେ କହିବାକୁ ଗଲେ ନବବାବୁ ଥିଲେ କ୍ରାନ୍ତକାରୀ ଜନନାୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେI ଏହି ଅବସରରେ ଓଡିଶାର ସାତଜଣ ସାରସ୍ୱତ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବ ଙ୍କୁ ନବ ବାବୁ ଙ୍କ ସ୍ମୃତି ରେ ସମ୍ମାନିତ କରାଯାଇଥିଲା I ଶ୍ରେଷ୍ଠ ବିଧାୟକ ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା କ୍ଷେତ୍ର ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ଗଣମାଧ୍ୟମ ସମ୍ମାନ ସତ୍ୟ ସୁନ୍ଦର ଭଞ୍ଜ, ସୂଚନା ଅଧିକାର ସମ୍ମାନ ପ୍ରଦୀପ ପ୍ରଧାନ, ସ୍ତମ୍ଭକାର ଶିବ ଶଙ୍କର ନନ୍ଦ, ପରିବେଶ ପାଇଁ ଅଶୋକ କୁମାର ସାହୁ, ସମାଜସେବା ପାଇଁ ଜୟନ୍ତ ଦୀକ୍ଷିତଙ୍କୁ ଅତିଥି ମାନେ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ.ll ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି ଙ୍କ ପାଇଁ ପୂଜ୍ୟପୂଜ୍ୟ ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ସମ୍ମାନ ଗ୍ରହଣ କରିଥିଲେ I ଆଚାର୍ଯ୍ୟ ଧର୍ମରାଜ ପ୍ରାରମ୍ଭ ରେ ବେଦ ପାଠ କରିଥିଲେ llକାର୍ଯ୍ୟକ୍ରମକୁ ସମାଜସେବୀ ବରୁଣ ରାଜ, ନାରାୟଣ ଓଝା, ମହମଦ ସହାଦୁଲା ଛବି ମହାନ୍ତି ଓ ରଞ୍ଜନଙ୍କ ସହିତ ଫାଉଣ୍ଡେସନ ର ସଦସ୍ୟ ମାନେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ସଂଗ୍ରାମୀ ଫୋରମ ର ପ୍ରଶାନ୍ତ ଦାସ, ବରିଷ୍ଠ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଶ୍ରମିକ ନେତା ନବ ମହାନ୍ତି, ରାମକୃଷ୍ଣ ପରିଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l