ମଧୁବାବୁ ଥିଲେ ସର୍ବକାଳୀନ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ

ଭୁବନେଶ୍ୱର ତା 04/02: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ 8 ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ଉତ୍କଳ ଗୌରବ, ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ସାହିତ୍ୟ ର ମୁଖ୍ୟ ପୁରୋଧା ତଥା ବହୁମୁଖୀ ବ୍ୟକ୍ତିତ୍ୱ ର ଅଧିକାରୀ ମଧୁସୂଦନ ଦାସ ଙ୍କ 91 ତମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି. ବରିଷ୍ଠ ସାମ୍ବାଦିକ, ବାଗ୍ନୀ, ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି ସଂଯୋଜନା ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ ମଧୁ ବାବୁ ଥିଲେ ପ୍ରଥମ ଓଡ଼ିଆ ସ୍ନାତକ,ବାରିଷ୍ଟର, ସ୍ନାତକୋତ୍ତର, ପ୍ରଥମ ବିହାର ଓଡିଶା ବିଧାନସଭା ସଦସ୍ୟ ସହ, ସାହିତ୍ୟିକ, ଲେଖକ ଓଡ଼ିଆ ଭାଷା ଆନ୍ଦୋଳନ ର ମହାନ ବ୍ୟକ୍ତିତ୍ୱ,ବିଛିନାଞ୍ଚଳ ଏକତ୍ରିକରଣ ପାଇଁ ତାଙ୍କ ଉଦ୍ୟମ, ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା, ଆର୍ଟ ୱାର୍କସ ପ୍ରତିଷ୍ଠା, ତଥା ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାଭିମାନ ପ୍ରମୁଖ ର ଚିର ସ୍ମରଣୀୟ ବ୍ୟକ୍ତିତ୍ୱ ହୋଇ ରହିବେ I
ଅନ୍ୟ ପୂଜ୍ୟପୂଜା ପ୍ରାଣ ଅଦୈତ ପ୍ରସାଦ ପାତ୍ର ବ୍ରଜବନ୍ଧୁ ପରିଡା,ଅରବିନ୍ଦ ତ୍ରିପାଠୀ ସଂଯୋଜକ ବାପୁ ଓଝା, ରମେଶ ପାତାଳ ସିଂ, ତନ୍ମୟ ସାମନ୍ତରାୟଙ୍କ ସହିତ ବହୁ ଭାଷାପ୍ରାଣ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page