ଡୋକରି ଚଞ୍ଚରା ଠାରେ ବିଜେପି ପକ୍ଷରୁ ବନ୍ଧୁ ମିଳନ

କୋକସରା:( ଚକ୍ରଧର ବେଶ୍ରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର କୋକସରା, ମୋଟେର, ଏବଂ ଆମପାଣି ଏହିପରି ୩ ଗୋଟି ମଣ୍ଡଳର ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ନେଇ ରବିବାର ଡୋକରି ଚଞ୍ଚରା ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼, ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଲକ୍ଷ୍ମୀ କାନ୍ତ ବାଗ, ବିଜୟ ଦେବ ସାହୁ,

ଅପରେଶ ସ୍ୱ।ଇଁ , ହିମାଂଶୁ ପଣ୍ଡା, ଜୟ ଶଙ୍କର ନାଏକ, ମଧୁବନ ପାତ୍ର, ବସନ୍ତ ନାଗ, ଧର୍ମ ବ୍ରତ ପଣ୍ଡା, ଦୁର୍ଗା ପ୍ରସାଦ ପ୍ରଧାନି, ପ୍ରମୁଖ ମଞ୍ଚାଶିନ ଅତିଥି ଭାବେ ଯୋଗଦେଇ ଥିଲେ। ନିଜ ନିଜ ଭିତରେ ସୁ ସମ୍ପର୍କ ରଖିବା ସହିତ ସଂଗଠନକୁ ସୁଦୃଢ଼ ଓ ମଜବୁତ କରିବା ଏବଂ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକ ଲୋଚନକୁ ଆଣିବା ସହିତ ନିଜ ନିଜ ଅଞ୍ଚଳରେ ରହିଥିବା ଅନେକ ଛୋଟ ବଡ ସମସ୍ୟା ର ସମାଧାନ ପାଇଁ ସର୍ବଦା ଚେଷ୍ଟା କରିବା ପାଇଁ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମହୋଦୟ ଏବଂ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମକରନ୍ଦ ବାଗ,ସନାତନ ସୁନାନୀ, ଧରିତ୍ରୀ ବାଗ, ଯୁଗଳ କିଶୋର, ଚୈତନ୍ୟ ମେହେର, ଦ୍ରୋଣାଚାର୍ଯ୍ୟ ପୁଝାରୀ, ଦ୍ରୋଣ ଗୋପାଳ, ଚକ୍ରଧର ବେଶ୍ରା, ନକୁଳ ନାଏକ, ଲକ୍ଷ୍ମଣ ନାଏକ, ଖଗେଶ୍ବର ବାଣୁଆ, ପୁରୁଷୋତ୍ତମ ରାଜପୁତ, ଶୁଶିଲ ପାଢ଼ୀ, ଗୋପାଳ ଅଗ୍ରୱାଲ, ସାରଳା ପ୍ରଧାନୀ,ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ତ୍ରିନାଥ ଶବର ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page