ଗୋଲାମୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଓ ସମାଧାନ                                                                                   

ଧର୍ମଗଡ ୧୦/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)      : ଗୋଲାମୁଣ୍ଡା  ବ୍ଲକ ସମ୍ମିଳନୀ ଗୃହରେ  କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ଜିଲ୍ଲା ର ଅନେକ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  । ତତ୍ ସହିତ ପୋଲିସ ଅଧିକାରୀ ,ସରପଞ୍ଚ, ସମିତି ସଭ୍ୟ, ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୮ଗୋଟି ଗ୍ରାମ ପଞ୍ଚାୟତ ର ଅଭିଯୋଗକାରି ନିଜ ନିଜ ଅଭିଯୋଗ ନେଇ ଜିଲ୍ଲାପାଲ ଙ୍କୁ ଜଣାଇଥିଲେ। ଅଭିଯୋଗ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କୁ ସାଙ୍ଗେ ସାଙ୍ଗେ ସମାଧାନ କରିବା ପାଇଁ ଜିଲ୍ଲାପାଲ ନିର୍ଦ୍ଦେଶ କରିଥିଲେ । ସର୍ବମୋଟ ତିରିଶ ଜଣ ଅଭିଯୋଗକାରୀ ନିଜ ନିଜ ସମସ୍ୟା ନେଇ ଅଭିଯୋଗ ଦାଖଲ କରିଥିଲେ । ସେଥି ମଧ୍ୟରୁ ପାଞ୍ଚ ଜଣଙ୍କ ସମସ୍ୟାର ସମାଧାନ ତୁରନ୍ତ ହୋଇଥଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page