ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ବଳିଆର ସିଂ ଙ୍କ ପରଲୋକ

ଦାରିଙ୍ଗବାଡ଼ି,୧୧/୨: ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳର ଜଣେ ଆଦର୍ଶ ଓ ଛାତ୍ର ଛାତ୍ରୀ ବତ୍ସଳ ଶିକ୍ଷକ ଭାବେ ପରିଚିତ ସେହି ସମୟର ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଓ ଏବେକାର ଉଚ୍ଚ ପ୍ରାଥମିକ ସିମନବାଡ଼ି ବିଦ୍ୟାଳୟର ଅବସର ପ୍ରାପ୍ତ ବରିଷ୍ଠ ଗଣିତ ଶିକ୍ଷକ ବାଳକୃଷ୍ଣ ବଳିଆର ସିଂଙ୍କର ସିମନବାଡ଼ି ସ୍ଥିତ ବାସ ଭବନରେ ସୋମବାର ରାତି ୧୦ଟା ୧୦ମିନିଟ ସମୟରେ ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା l ସେ ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ଗ୍ରାମରେ ଜୁଲାଇ ମାସ ୨ତାରିଖରେ ୧୯୫୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ l ଦେହ ଅସୁସ୍ଥ ଥିବାରୁ ଗୁରୁତର ଅସୁସ୍ଥ ହୋଇ ଗତ ୭ ଦିନ ପୂର୍ବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ୧୯୭୧ ରୁ ୧୯୭୩ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ପୋଲସରା ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରି କୃତିତ୍ୱ ହାସଲ କରିବା ପରେ ୧୯୭୩ ମସିହାରେ ବର୍ତ୍ତମାନ ର ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସୁନ୍ଦରଡାଙ୍ଗ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ ସେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୭୭ ମସିହାରେ ତାଙ୍କର ସିମନବାଡ଼ି ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିଲା। ସେ ସିମନବାଡ଼ି ପ୍ରାଥମିକ ବିଦ୍ୟାଳୟରୁ ୨୦୦୯ ମସିହା ଜୁଲାଇ ମାସ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ lସେ ଜଣେ ଛାତ୍ର ବତ୍ସଳ, ସ୍ନେହୀ, ମେଳାପି, ପରୋପକାରୀ ଓ ଜ୍ଞାନୀ ଶିକ୍ଷକ ଭାବେ ବିଦ୍ୟାଳୟରେ ବେଶ୍‌‌ ପରିଚିତ ଥିଲେ l ସେ ଜଣେ ଦକ୍ଷ ଗଣିତଜ୍ଞ,ସାହିତ୍ୟକ ସହ ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷକ ଥିଲେ l ତାଙ୍କ ବିୟୋଗରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ସିମନବାଡ଼ି ସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହାପରେ କ୍ୟାଥଲିକ ଚର୍ଚ୍ଚ ପରିସରରେ ପ୍ରାର୍ଥନା କରିବା ପରେ ଏକ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଯୋହନ ପଲ୍ଲୀ ନିକଟରେ ଥିବା ସ୍ମଶାନ ପୀଠକୁ ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।ତାଙ୍କ ପରଲୋକରେ ସିମନବାଡ଼ି ଗ୍ରାମ ସମେତ ସମଗ୍ର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟ ସମୟରେ ତାଙ୍କ ନିକଟରେ ସ୍ତ୍ରୀ କାଞ୍ଚନି ଙ୍କ ସହିତ ବଡ଼ ପୁଅ ମୋହନ ଲାଲ ବଳିଆର ସିଂ, ସାନପୁଅ ଚାନ୍ଦୁଲାଲ ବଳିଆର ସିଂ , ଝିଅ ସସ୍ମିତା ବଳିଆର ସିଂ ସ୍ବର୍ଗତ ଶିକ୍ଷକଙ୍କ ସାନ ଭାଇ ଅଜୟ କୁମାର ବଳିଆର ସିଂ ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତି ଥିବା ବେଳେ ଶେଷ କୃତ୍ୟ ସମୟରେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅମୀର ଚାନ୍ଦ ନାୟକ , ସମାଜସେବୀ ସାରଦା ଚରଣ ବଳିଆର ସିଂ ଉପସ୍ଥିତ ଥିଲେ l ସ୍ବର୍ଗତ ଶିକ୍ଷକ ଶ୍ରୀ ବଳିଆର ସିଂ ଙ୍କ ବିୟୋଗରେ ତାଙ୍କ ସହ ସିମନବାଡ଼ି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଅବସର ଗ୍ରହଣ କରିଥିବା ଶିକ୍ଷକ ରାମ ଚନ୍ଦ୍ର ସାହୁ, ଦାମୋଦର ସାହୁ ଙ୍କ ସମେତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ,ଶିକ୍ଷକ ବନ୍ଧୁରାଜ ଉଠାଣ ସିଂ ଙ୍କ ସମେତ ଛାତ୍ର ମହେଶ କୁମାର ସାହୁ,ସନ୍ତୋଷ କୁମାର ସାହୁ ରାକେଶ କୁମାର ସାହୁ ,ଜିତେନ୍ଦ୍ର କୁମାର ସାହୁ ,ରଞ୍ଜିତ କୁମାର ସାହୁ ଉଦ୍ଧବ ବେହେରା ଙ୍କ ସହ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଓ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page