କଳାହାଣ୍ଡି, ୧୭|୨: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଛୋରିଆଗଡ ଠାରେ ଛୋରିଆଗଡ ଗ୍ରାମ୍ୟ ମେହେର ସମାଜର ସହଯୋଗକ୍ରମେ କଳାହାଣ୍ଡି ମେହେର ଭୁଲିଆ ସମାଜର ବାର୍ଷିକ ଅଧିବେଶନ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି I ଜ଼ିଲ୍ଲା ସଭାପତି ଦିଲ୍ଲୀପ କୁମାର ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି, ରାଜ୍ୟ ଉପସଭାପତି କଳାହାଣ୍ଡି ନୂଆପଡା ଜୋନ ସନ୍ତୋଷ ମେହେର ତଥା ନିଖିଲ ଓଡ଼ିଶା ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା, ଜୋନ ସ୍ତରୀୟ କର୍ମକର୍ତ୍ତା ଓ ଯୁବମଞ୍ଚର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲା କେନ୍ଦ୍ର ବୋର୍ଡ ଅନ୍ତର୍ଗତ ସମସ୍ତ ଗ୍ରାମ୍ୟ କମିଟିର ପ୍ରାୟ ୩୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦାନ କରି ମେହେର ଭୁଲିଆ ସମାଜର ନୂତନ ନିୟମାବଳୀ ବିଷୟରେ ପୁଙ୍ଖନୁପୁଙ୍ଖ ଆଲୋଚନ ପୂର୍ବକ ବୈଠକ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )