କଳାହାଣ୍ଡି, ୧୮|୨: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଆଇସିଡିଏସ ପ୍ରକଳ୍ପ ମାନଝରି ସେକ୍ଟର ତରଫରୁ ମାନଝରି ଗ୍ରାମ ପଞ୍ଚାୟତ ଠାରେ କିଶୋରୀ ବାଳିକା ଓ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଭାନୁମତି ସୁନାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହିଳା ପରିଦର୍ଶିକା ପଦ୍ମାବତୀ ସାହୁ,ସମ୍ମାନିତ ଅତିଥି ଭାବେ ସମାଜସେବୀ ରମାକାନ୍ତ ପଟେଲ, ରମଣ ମହାନନ୍ଦ, ନିରଞ୍ଜନ ନାଏକ, ଗୋକୁଳ ପଟେଲ,ଖଗେଶ୍ବର ଅଘରିଆ,ରୁକଚନ ଅଘରିଆ ଉପସ୍ଥିତ ଥିଲେ।ପଂଚାୟତ ର କିଶୋରୀ ବାଳିକା ଓ କିଶୋର ବାଳକ ମାନେ ଉପସ୍ଥିତ ରହି ବାଲ୍ୟବିବାହ ବିଷୟ ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗୀତ, ବକ୍ତୃତା, ଡିବେଟ ପରି ବିଭିନ୍ନ
ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ସ୍ଥାନ ଅକ୍ତିଆର କରିଥିବା ବିଜେତା କିଶୋରୀ ବାଳିକା ଏବଂ କିଶୋର ବାଳକ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ମାନଝରି ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ-ଜ୍ୟୋତି ବାଗ, ଲକ୍ଷ୍ମୀ ହରିଜନ, ନିହରିକା ହରିଜନ, ଚତୁରୀ ପଟେଲ,ବେଲପଟେଲ, ଗୋଲାପୀ ବାଗ, କାନ୍ତି ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜିର ଏହି କିଶୋରୀ ମେଳା କୁ ଜିତେନ ତାଣ୍ଡି ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )