ଘରୋଇ ରନ୍ଧନ ଗ୍ୟାସର କଳାବଜାର : ଯୋଗାଣ ବିଭାଗ ନିଦାବିଷ୍ଣୁ

କଳାହାଣ୍ଡି,୧୯/୨(କଳାହାଣ୍ଡି ଜ଼ିଲ୍ଲାରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ ): ଧର୍ମଗଡ ସହରର ବିଭିନ୍ନ ଅଞ୍ଚଳରେ ରନ୍ଧନ ଗ୍ୟାସର ବ୍ୟାପକ କଳାବଜାରୀ ଚାଲିଛି। ଘରୋଇ ଭାବେ ଯେତିକି ବ୍ୟବହାର ନ ହେଉଛି ବେଶୀ ବ୍ୟବସାୟିକ ଫାଇଦାରେ ବ୍ୟବହୃତ ହେଉଛି। ଯୋଗାଣ ବିଭାଗର ନିଘା ନ ଥିବାରୁ ଏପରି ବେଆଇନ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି।ଅଭିଯୋଗ ଅନୁସାରେ ବିଭିନ୍ନ ଚା’ ଜଳଖିଆ ଦୋକାନଠାରୁ ଆରମ୍ଭ କରି ହୋଟେଲ ଓ ରେଷ୍ଟୁରାଣ୍ଟରେ ଘରୋଇ ସିଲିଣ୍ଡର ବ୍ୟାପକ ଭାବେ ବ୍ୟବହାର ହେଉଛି। ଚା, ଜଳଖୁଆ,ଚାଓମିନ, ଫାଷ୍ଟଫୁଡ଼ ଦୋକାନରେ ଗଣ୍ଡା ଗଣ୍ଡା ଘରୋଇ ସିଲିଣ୍ଡର ବ୍ୟବହାର ହେଉଛି।ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ସିଲିଣ୍ଡର ଏବେ ବ୍ୟବସାୟୀଙ୍କ ସେବାରେ ଲାଗୁଛି । ବ୍ୟବସାୟୀଙ୍କ ପାଇଁ କମର୍ସିଆଲ ସିଲିଣ୍ଡର ରହିଛି। ହେଲେ ଏହାର ଦାମ୍ ଅଧିକ ହେତୁ ୧୯ କେଜି ବିଶିଷ୍ଟ ଏହି ସିଲିଣ୍ଡରର ବିକ୍ରି ନାହିଁ କହିଲେ ଚଳେ |ଏଥିରେ ସବ୍‌ସିଡି ମଧ୍ଯ ନାହିଁ । ତେଣୁ ଘରୋଇ ସିଲିଣ୍ଡର ଉପରେ ବ୍ୟବସାୟୀଙ୍କ ଦୃଷ୍ଟି ପଡ଼ିଛି। କିଛି କିଛି ବ୍ୟବସାୟୀ ସେମାନଙ୍କ କର୍ମଚାରୀଙ୍କୁ ଗରାଖ ଦର୍ଶାଇ ସିଲିଣ୍ଡର କିଣୁଛନ୍ତି। ପୁଣି କେତେକ ଜାଗାରେ ଉଜ୍ଜ୍ବଳା ଯୋଜନାରେ ଲୋକେ ପାଇଥିବା ସିଲିଣ୍ଡର କିଣି ନେଇ ବେଆଇନ ଭାବେ ନିଜ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟରେ ଲଗାଉଛନ୍ତି। ଯାହାକି ସମ୍ପୂର୍ଣ ବେଆଇନ। ଏ ସବୁ ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ଚୁପ୍ ରହୁଥ‌ିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଅଧିକାରୀମାନଙ୍କ ସ୍ଥାଣୁତା ପାଇଁ ସରକାର କ୍ଷତି ସହୁଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page