ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ଲାଡ୍ଡୋ ର ଶୁଭମହୁରତ ଆଜି ଭୁବନେଶ୍ୱରସ୍ଥିତ ପଟିଆ ସାଇମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା । ଏହି ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନ୍ ଦ୍ୱାରା ନିର୍ମାଣ କରାଯାଉଥିବାବେଳେ ଏହା ଏକ ଆଦିବାସୀ କାହାଣୀ ଉପରେ ଆଧାରିତ ହୋଇଥିବା ଏହାର ପୋଷ୍ଟରରୁ ଜଣାପଡିଯାଉଛି । ଫିଲ୍ମଟି ସତ୍ୟଭାମା ସିନେ ପ୍ରଡକସନର ପ୍ରଥମ ଅବଦାନ ହୋଇଥିବାବେଳେ ଏଥିରେ ନିଦେ୍ର୍ଦଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ, ଏହାସହ ସଂଗୀତ ନିଦେ୍ର୍ଦଶନା ଭାର ସମ୍ଭାଳିଛନ୍ତି ସୋମେଶ ଶତପଥୀ ଏବଂ ଷ୍ଟୋରୀ ଓ ଡାଏଲଗ ଲେଖିଛନ୍ତି ଶୁଭମ୍ ସାଗର ଏବଂ ସୁଶାନ୍ତ ନାୟକ । ଏହା ଓଡ଼ିଶା ସିନେ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ପ୍ରଡକସନ ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ଏହା ଖୁବ୍ ଶୀଘ୍ର ସିନେମା ହଲକୁ ଆସିବ ବୋଲି ସୂତ୍ରରୁ ପ୍ରକାଶ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page