ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ

ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନି ପାଟଣା ବ୍ଲକ୍ ଅନ୍ତର୍ଗତ ତେଲ ଓ ଉଦନ୍ତୀ ସଙ୍ଗମ ସଙ୍ଗମ ସ୍ଥଳରେ ଶ୍ରୀ ଶ୍ରୀ ମହାପ୍ରଭୂ ପାତାଲେଶ୍ୱର ଶୈବ ପୀଠ ସାପସିଲେଟ ଠାରେ ମହାସମାରୋହ ଜାଗର ଯାତ୍ରା ଆରମ୍ଭ ହୋଇ ଯାଇଛି, ରାତ୍ର ତିନି ଘଣ୍ଟା ସମୟରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲମ୍ଭା ଧାଡ଼ି ଦେଖିବାକୁ ମିଳିଥିଲା । ଜାଗର ଯାତ୍ରା ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମ ସଂକୀର୍ତ୍ତନ ୨୫.୨.୨୦୨୫ ଦିନ ସକାଳ ସାତ ଘଣ୍ଟା ରୁ ଆରଂଭ ହୋଇ ୨୮.୨.୨୦୨୫ ଦିନ ସକାଳ ସାତ ଘଣ୍ଟା ସମୟରେ ପୂର୍ଣାହୁତି ହେବା ସହ ଚଣ୍ଡୀ ପୂଜନ ହେବ। ଅଖଣ୍ଡ ନାମ ଯଜ୍ଞରେ ୨୧ ଗୋଟି ସଙ୍କୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି ସେଥି ମଧ୍ୟରୁ ୫ ଟି ଝିଅ ଦଳ ଅଂଶ ଗ୍ରହଣ କରିଥିବା କମିଟି ତରଫରୁ ସୂଚନା ମିଳିଛି ତଥା ୨୭.୨.୨୦୨୫ ଦିନ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ କପଟି ଭାଇଙ୍କୁ ଦୂରୁ ଜୁହାର ପରିବେଷଣ ହେବ।

Report: ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page