କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଅବସରେ ୧୦୮ ଦୀପ ପ୍ରଜ୍ଜ୍ଵଳନ

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)-ର “ପିତାମହ” ଭୀଷ୍ମ ରୂପେ ପରିଚିତ, ବିଶିଷ୍ଠ ବ୍ୟକ୍ତିତ୍ୱ, ଓଡିଶା ପ୍ରଦେଶର  ସଂଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଉତ୍ସବମୟ ଓ ଭକ୍ତିମୟ ପରିବେଶରେ ଭୁବନେଶ୍ବର ସ୍ଥିତ ରାମ ମନ୍ଦିରରେ ୧୦୮ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ  ରାଷ୍ଟ୍ରୀୟ ସମ୍ପାଦକ ସୁଦୀପ୍ତ ରାୟ, ପୂର୍ବତନ ରାଜ୍ୟ ସମ୍ପାଦକ ସୌମେନ୍ଦ୍ର ଜେନା, ଗୋପୀନାଥ ସାହୁ, ପୂର୍ବତନ କ୍ଷେତ୍ରିୟ ସଂଗଠନ ସମ୍ପାଦକ ବିଷ୍ନୁ ଦାସଙ୍କ ସମେତ ଅନେକ ପୂର୍ବତନ ଏବଂ ନୂତନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ହୋଇଥିଲେ। ମନ୍ଦିର ପ୍ରାଙ୍ଗଣରେ ବିଶେଷ ପୂଜା, ହାରି ନାମ ସଂକୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାର୍ଗଦର୍ଶନ ସଂଗଠନ ପ୍ରତି ଉତ୍ସର୍ଗ ଓ ଚିରଯୁବା ଚେତନାକୁ ସ୍ମରଣ କରି ଉପସ୍ଥିତମାନେ ଆଉ ଏକଥର ତାଙ୍କ ଉପରେ ଶ୍ରଦ୍ଧାଞ୍ଜଳି ଅର୍ପିତ କଲେ। ରାଷ୍ଟ୍ରୀୟ ପୁନଃନିର୍ମାଣକୁ ଜୀବନର ବ୍ରତ କରି ସମାଜ ପାଇଁ ନିଜକୁ ସମର୍ପିତ କରିଥିବା ବିଶିଷ୍ଟ ସମାଜ ସୁଧାରକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବରିଷ୍ଟ ପ୍ରଚାରକ ଏବଂ ଏବିଭିପି ଓଡ଼ିଶାର ପୂର୍ବତନ ପ୍ରଦେଶ ସଂଗଠନ ମନ୍ତ୍ରୀ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ସ୍ମୁତିରେ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ା ହରିବାବୁ କୁମ୍ଭମପାଟି ଏବଂ ବକ୍ତା ଭାବେ ରାଷ୍ଟ୍ରୀୟ ମଜଦୁର ସଙ୍ଘର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ସୁରେନ୍ଦ୍ରନ ଉପସ୍ଥିତ ରହି କୁମାର କୃଷ୍ଣଚନ୍ଦ୍ର ରାୟଙ୍କର ଥିବା ସମାଜ ପାଇଁ ଅବଦାନ ଉପରେ ଆଲୋକପାତ କରିବେ l ବିଦ୍ୟାର୍ଥୀ ପରିଷଦର ନୂତନ ଏବଂ ପୁରାତନ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ l ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଚାଳନ  କରିବେ ଏବିଭିପିର ପୂର୍ବତନ ବିଭାଗ ପ୍ରମୁଖ ଆଶୁତୋଷ ମୁଖାର୍ଜୀ ଏବଂ ଧନ୍ୟବାଦ ଜ୍ଞାପନ କରିବେ ଓଡିଶା ପୂର୍ବର ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page