ଅଶୁରଗଡ ସାଗର ର ପୁନରୁଦ୍ଧାର ପାଇଁ ଦାବୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ୍ ପଞ୍ଚାୟତ ରେ ଅଛି ଐତିହାସିକ ଅସୁରଗଡ ଦୁର୍ଗ । କିମ୍ବଦନ୍ତୀ ଅନୁସାରେ ଏହି ଦୁର୍ଗ କୁ ଗୋଷିଂହ ଦତ୍ୟ ଙ୍କ ରାଜୁତି କାଳ ରେ ନିର୍ମାଣ କରାଯାଇ ଥିଲା। ଦୁର୍ଗ ସମ୍ମୁଖରେ ୨୫୦ ଏକର୍ ପରିମିତ ଜମି ରେ ଅସୁରଗଡ ସାଗର ନାମରେ ଏକ ବିରାଟ କାୟ ପୋଖରୀ ଅବସ୍ଥିତ, ଉକ୍ତ ପୋଖରୀ ଉପରେ ମାଣ୍ଡେଲ୍ ପଞ୍ଚାୟତ ର ଚାରିଖଣ୍ଡ ଗାଁ ର ଲୋକେ ନିର୍ଭର କରନ୍ତି। ପୂର୍ବରୁ ଏହି ପୋଖରୀ କୂଳରେ ଜିଲ୍ଲାର ମତ୍ସ୍ୟ ବିଭାଗ ତରଫରୁ ମାଛ ଜାଆଁଳା ପ୍ରସ୍ତୁତ କରି ସ୍ଥାନୀୟ ମାଛ ଚାଷୀ ମାନଙ୍କୁ ଯୋଗାଇ ଦିଆ ଯାଉଥିଲା ,କିନ୍ତୁ ଦୁଇ ବର୍ଷ ହେଲା ଏହି ପୋଖରୀ ପାଣି ଉପରେ ପ୍ରାୟ ଏକ ଫୁଟ୍ ର ଦଳ ଜମି ଯିବାରୁ ଖେଳ ପଡିଆର ଭ୍ରମ ସୃଷ୍ଟି ହେଉଛି । ସେଥିପାଇଁ ସାଧାରଣ ଲୋକ ଗାଧୋଇବା ସହିତ ଗାଈ ଗୋରୁ ମଧ୍ୟ ପାଣି ପିଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ପୋଖରୀ ପାଣି ଉପରେ ଥିବା ଦଳକୁ ସଫାକରି ବାଲ୍ ଟି ସାହାଯ୍ୟରେ ଲୋକେ ପାଣି ଗାଧୋଉ ଥିବା ଦେଖିବାକୁ ମିଳିଛି । ସରକାର୍ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ପୋଖରୀ ପାଣି ଉପରେ ଥିବା ଦଳ କୁ ସଫା କରିବାକୁ ସାଧାରଣରେ ଦାବୀ ହେଉଛି।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page