ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଓ୍ବାଗନ୍‌ ଛିଣ୍ଡି ଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍‌। ଦାମନଯୋଡି-ନାଲକୋ ଅଭିମୁଖେ ଯାଉଥିବା ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନ ବୁଧବାର ସକାଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉକ୍ତ ଟ୍ରେନ ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ଷ୍ଟେସନର ଦୁଇ ନମ୍ବର ପ୍ଲାଟ ଫର୍ମରେ ଅଟକିଥିଲା। କେସିଙ୍ଗାରୁ ଟିଟିଲାଗଡ଼ ଅଭିମୁଖେ ଯିବା ପାଇଁ ସିଗ୍ନାଲ ମିଳିଥିଲା। ପାଇଲଟ ଟ୍ରେନକୁ ଷ୍ଟାର୍ଟ କରିବାରୁ ବଗିର ସଂଯୋଗସ୍ଥଳୀରୁ ଓ୍ବାଗନ୍‌ ଛିଣ୍ଡି ଯାଇ ପ୍ରାୟ ୩୦ମିଟର ଦୂରକୁ ବଗି ଅତି କ୍ରମ କରି ଯାଇଥିଲା ଟ୍ରେନର ପାଇଲଟ ନିଜ ବୁଦ୍ଧି ବଳରେ ଟ୍ରେନଟିକୁ ଅଟକାଇ ଥିଲେ ଏବଂ ସାଙ୍ଗେ ସାଙ୍ଗେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେସନ ମାଷ୍ଟର ଟିଟିଲାଗଡ଼ର ମେକାନିକ ଦଳକୁ ଖବର ଦେବାପରେ ଘଟଣା ସ୍ଥଳରେ ମେକାନିକ ପହଞ୍ଚିି ଓ୍ବାଗନ୍‌ କାମ ସଂଯୋଗ କରିଛନ୍ତିି। ଉକ୍ତ ଟ୍ରେନକୁ ରେଳ ବିଭାଗୀୟ ପକ୍ଷରୁ ଛାଡିବା ପାଇଁ କୌଣସି ସୂଚନା ମିଳି ନାହିଁ। ବଗିର ଓ୍ବାଗନ୍‌ କେମିତି ଛିଣ୍ଡିଲା ସେ ନେଇ ବିଭାଗୀୟ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page