କଳାହାଣ୍ଡି, ୫|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ମୋଟେର ଫାଣ୍ଡି ଅନ୍ତର୍ଗତ ଝାରକୁଣ୍ଡାମାଲ ମୁଖ୍ୟ ରାସ୍ତା ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସ୍ୱାମୀ ସ୍ତ୍ରୀ ମଟର ସାଇକେଲରେ ଫେରୁଥିବା ବେଳେ କୌଣସି କାରଣ ରୁ ସ୍ତ୍ରୀ ଛିଟିକି ପଡ଼ିଥିଲେ।ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ଧର୍ମଗଡ଼ ଡାକ୍ତରଖାନା କୁ ଆଣିଥିଲେ।ସେଠାରେ ଡାକ୍ତର ମହିଳା ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ମୃତ ମହିଳା ଜଣକ କୋକସରା ଥାନା ଅନ୍ତର୍ଗତ ଧନେର ଗ୍ରାମର ଜୟନ୍ତୀ ନାଏକ( ୪୭)।ଶୁକ୍ରବାର ଦିନ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ସ୍ୱାମୀ ପରମେଶ୍ୱର ନାଏକ ଙ୍କ ସହ ଛିଲିପା ଗ୍ରାମ କୁ ଯାଇଥିଲେ।ଶନିବାର ଦିନ ନିଜ ଗ୍ରାମ କୁ ଫେରୁଥିବା ସମୟରେ ଝାରକୁଣ୍ଡାମାଲ ଛକ ନିକଟରେ କୌଣସି କାରଣ ରୁ ମହିଳା ମଟର ସାଇକେଲରୁ ଛିଟିକି ପଡ଼ିଥିଲେ।ତେବେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ମହିଳା ଜଣକ ଏକ ଶୁଆ ପକ୍ଷୀ ଧରି ବସିଥିଲେ ।ପକ୍ଷୀ ଟି କୌଣସି କାରଣରୁ ଉଡି ଯିବା ପରେ ତାକୁ ଧରିବା କୁ ଚେଷ୍ଟା କରି ମଟର ସାଇକେଲ ରୁ ପଡିଯାଇଥିବା ଆଲୋଚନା ହୁଏ।ମଟେର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ