ବଲାଙ୍ଗିର: ଗତ ୨୨ ତାରିଖରେ ଜାମୁକାଶ୍ମିରର ପେହେଲଗାମଠାରେ ପାକିସ୍ଥାନୀ ଆତଙ୍କବାଦୀ ଙ୍କ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଏଭଳି ବର୍ବର ନରସଂହାରକୁ ବିଭିନ୍ନସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ସମାଜ ଓ ହିନ୍ଦୁ ଏକତାଞ୍ଚ ଏହି ଘଟଣାକୁ ଆତଙ୍କବାଦୀଙ୍କ ହୀନ ମାନସିକତା ବୋଲି ଅଭିହିତ କରି ନିନ୍ଦା କରାଯିବା ସହ ଭାରତସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ବୁଧବାର ସଂଧ୍ୟାରେ ବ୍ରହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ରୁଗୁଡିପଡା ଛକଠାରେ ପେହେଲଗାମରେ ମୃତ୍ୟୁବରଣ କରିଥିବା ଅମରଆତ୍ମାଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରାଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରାଯାଇଥିଲା। ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ଏଡଭୋକେଟ ଜୟରାମ ମିଶ୍ର, ସୁଧିର ଚାନ୍ଦ, କିଶୋର ପୁରୋହିତ, ସୁଧିର ତ୍ରୀପାଠୀ, ନରେନ୍ଦ୍ର ଆଚାର୍ଯ୍ୟ, କସ୍ତୁରୀ ରଥ, ରଂଜନ ତ୍ରୀପାଠୀ, ବିଧୁଭୁଷଣ ତ୍ରୀପାଠୀ, କାହ୍ନା ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ଥିଲେ । ତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଧର୍ମପଚାରି ତଥା ବସ୍ତ୍ରଖୋଲି ଧର୍ମଯାଞ୍ଚ କରି ହତ୍ୟାକରିବା ଘଟଣାକୁ ସମସ୍ତେ ତୀବ୍ରନିନ୍ଦା କରିଥିଲେ । ପାକିସ୍ଥାନୀ ଜେହାଦି ଆତଙ୍କବାଦୀଙ୍କ ଏଭଳି ବର୍ବରତାକୁ ଭାରତ କେବେ ମଧ୍ୟ ବରଦାସ୍ତ ନକରି ପାକିସ୍ଥାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇ ଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ସୌମ୍ୟରଂଜନ ମିଶ୍ର, ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସୋମନାଥ ମିଶ୍ର, ସନ୍ତୋଷ ପଧାନ, କମ୍ବୁପାଣି ପୂଜାରୀ, ବିଶ୍ୱମୟ ପୂଜାରୀ,ଜିତୁ ଦାସ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ସେହିପରି ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପେହେଲଗାମର ଆତଙ୍କି ଆକ୍ରମଣକୁ ପ୍ରତିବାଦ କରାଯାଇଥିଲା । ଆଜି ହିନ୍ଦୁତ୍ୱ ଉପରେ ଆକ୍ରମଣ ହୋଇଛି । ହିନ୍ଦୁଧର୍ମ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ବିଭିନ୍ନ ସ୍ଥାନରେ ହତ୍ୟା କରାଯାଉଛି । ମୁଖ୍ୟତଃ କାଶ୍ମିରରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ହତ୍ୟାକରାଯାଉଥିବାରୁ ଏହାକୁ ତୀବ୍ରସମାଲୋଚନା କରାଯାଇ ଦୃଢନିନ୍ଦା କରାଯାଇଥିଲା । ହିନ୍ଦୁଙ୍କ ସୁରକ୍ଷା ପାଇଁ ହିନ୍ଦୁମାନେ ସମସ୍ତେ ଏକ ହେବାକୁ ଆହ୍ୱାନ ଦିଆଯାଇଥିଲା । ପୂର୍ବରୁ କାଶ୍ମିରରେ ହିନ୍ଦୁଙ୍କୁ ନରସଂହାର କରାଯାଇଥିଲା । ସେଥିପାଇଁ ଅନେକ ହିନ୍ଦୁ କାଶ୍ମିର ଛାଡିଥିଲେ । ଏବେ ଆଗକୁ ଅମରନାଥ ଯାତ୍ରା, ବୈଷ୍ଣୋଦେବୀ ଯାତ୍ରାକୁ ପ୍ରତିହତ କରିବାକୁ ପାକିସ୍ଥାନର ମୁସଲିମ ଆତଙ୍କବାଦୀ ସଂଗଠନ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ବକ୍ତାଗଣ ମତ ଦେଇଥିଲେ । ସେଥିପାଇଁ ଭାରତ ସରକାର ଆତଙ୍କବାଦୀଙ୍କ ପ୍ରତି କଠୋର ମନୋବୃତ୍ତି ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରାଯାଇ ଥିଲା । ହିନ୍ଦୁଜାଗରଣ ମଞ୍ଚର ସୁବ୍ରତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମପ୍ରାନ୍ତ ପ୍ରମୁଖ ଦତ୍ତାନନ୍ଦ ପଣ୍ଡା,ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ରଂଜିତା ପାଣିଗ୍ରାହୀ,ବରିଷ୍ଠ ନାଗରିକ ମଞ୍ଚର ପ୍ରଭାକର ମିଶ୍ର, ପବିତ୍ର କୁମାର ଦାସ, ଉମାଶଙ୍କର ସାହୁ, ଶଙ୍କର ଅଗ୍ରୱାଲ, ଶଶୀଭୂଷଣ ପୁରୋହିତ, କିଶୋର ପୁରୋହିତ, ସଂଜୟ କୁମାର ପୁରୋହିତ, ସୌମ୍ୟରଂଜନ ମିଶ୍ର, କସ୍ତୁରୀ ରଥ, ଦିଲିପ ମିଶ୍ର, ଯତୀନ୍ଦ୍ରମୋହନ ପାଠୀ ପ୍ରମୁଖ ଆତଙ୍କି ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l
ପେହେଲଗାମ ନରସଂହାର ଘଟଣାକୁ ବ୍ରାହ୍ମଣସମାଜ ଓ ହିନ୍ଦୁଏକତା ମଞ୍ଚର ତୀବ୍ରନିନ୍ଦା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଓଡିଶା ଉଦ୍ୟୋଗୀ ପରିବାରର ଉଦ୍ୟମ ବେଶ ପ୍ରଶଂସନୀୟ
ଭୁବନେଶ୍ୱର ତା 27/08/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଶ୍ରୀକାନ୍ତ ଶେଖର ସାହୁ ଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l
ବିହାରରୁ ଗିରଫ ହେଲେ ପ୍ରକାଶ ପାଶୱାନ: ସର୍କିଟ ହାଉସ୍ ମାମଲାରେ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ରାଉରକେଲା: ଦୀର୍ଘ ସମୟ ଧରି ଫେରାର ଥିବା ସର୍କିଟ ହାଉସ୍ ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ପୁଲିସର ସ୍ୱତନ୍ତ୍ର ଟିମ୍ ବିହାରରୁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ ଗିରଫକୁ ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ
ସରପଞ୍ଚଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ
ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚବାଲିଅନ୍ତା,୨୫|୮ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବିଡ଼ିଓଙ୍କ ଟାଳଟୁଳ ନୀତି ଅଭିଯୋଗରେ ଆଜି ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ସରପଞ୍ଚ ରଶ୍ମିତା ଭୋଇ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ l
ସର୍କିଟ ହାଉସ୍ ମାମଲା: ପ୍ରକାଶ ପାଶୱାନଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି….
ରାଉରକେଲା: ପାନପୋଷ ସର୍କିଟ ହାଉସ୍ରୁ ଅସ୍ତ୍ରଶସ୍ତ୍ର ସହ ଅପରାଧୀ ଗିରଫ ମାମଲାରେ ଫେରାର ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କ ବିରୋଧରେ ଏସଡିଜେଏମ୍ କୋର୍ଟ ଜାମିନବିହୀନ ପରୱାନା (ଏନ୍ ବି ଡବ୍ଲ୍ୟୁ) ଜାରି କରିଛନ୍ତି।
କୋଶରଡା ଜଙ୍ଗଲରେ ଅବକାରୀର ସର୍ଜିକାଲ ଷ୍ଟ୍ରାଇକ୍: ୧୮.୬୮ ଲକ୍ଷର ମଦ ଭାଟି ଧ୍ୱଂସ ।
ଚିଲିକା, ୨୫ ।୮: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ବ୍ଲକ କୋଶରଡା ସଂରକ୍ଷିତ ଜଙ୍ଗଲରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡ ଧରଣର ମିଳିତ ଚଢାଉ କରାଯାଇଛି ।ଖବର ଅନୁଯାୟୀ ଜଙ୍ଗଲ
କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |
ଚିଲିକା, ୨୫|୮:ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସବିତା ସୁନ୍ଦରାୟଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ସେ କିଛି ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡିତ ଥାଇ ଅସୁସ୍ଥ ଥିଲେ।ଜଣେ ଲୋକପ୍ରିୟ
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt.
ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ
ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ସଂସ୍କୃତି ପରମ୍ପରା ର ଆଉ ଏକ ବଡ ପର୍ବ । ଯେଉଁଠାରେ ଦ୍ଭାଇ-ଭଉଣୀ ର ଅନାବିଳ ସ୍ନେହ ପ୍ରେମ, ଭଲ ପାଇବାକୁ ବୁଝାଯାଏ । ଭାଇଟିଏ ପ୍ରତ୍ୟେକ ବର୍ଷ ଚାହିଁ ରହିଥାଏ କେବେ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର
ପାଣିକୋଇଲି: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ପ୍ରଶିକ୍ଷଣ ଶିବିର ଷଠିପୁର ବିଜେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ୧୨ଟି
ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସୂଚନାରେ ବଡ଼ ସଫଳତା: ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାର
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବିସ୍ତୃତ ପଚରାଉଚରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ରାଉରକେଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି।କେ.ବଲାଙ୍ଗ ଥାନା ଅଧୀନସ୍ତ ସିଲକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ର ଭଣ୍ଡାର କୁ ରାଉରକେଲା
ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “
ହେ ବୁଦ୍ଧ! ତୁମକୁ ପ୍ରଣାମ "ଲୋକାର୍ପିତ ହେବା ସହିତ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକା ସରୋଜିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ
ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…
ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏପଟେ ଫେରାର
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଳ ଚାରା ରୋପଣ
ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ
ନିର୍ମାଣ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆଲୋଚନା ଚକ୍ର
ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ 'ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ "ସ୍ମୃତି ଅର୍ଘ୍ୟ "ସହିତ ସ୍ମୃତିଚାରଣ ସଭା "ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l
ବାଲୁଗାଁ ମହାବଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ।
ଚିଲିକା, ୨୧। ୮: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ପ୍ରୋତ୍ସାହନରେ ଆଜି ବାଲୁଗାଁ ମହାବିଦ୍ୟାଳୟ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ଆୟୋଜିତ ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।
ରାଜଧାନୀରେ ଖୋଲିଲା ଷ୍ଟିଲକୋ ଫର୍ଣ୍ଣିଚର ସୋରୁମ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଛକ ନିକଟରେ ଉଦ୍ଘାଟିତ ହୋଇଯାଇଛି ସବୁଠାରୁ ନିର୍ଭରଯୋଗ୍ୟ ଓ ବିଳାସପୂର୍ଣ୍ଣ ଫର୍ନିଚର ସୋ' ରୁମ୍ ‘ଷ୍ଟିଲକୋ ଫର୍ନିଚର’ ଏବେ ଏହାର ପ୍ରମୁଖ ଫର୍ନିଚର ଷ୍ଟୋର । ରାଜଧାନୀବାସୀଙ୍କ ଚାହିଦା ମୁତାବକ ସମସ୍ତ ପ୍ରକାର ନୂତନ ଡିଜାଇନ୍କୁ
ଚତୁର୍ଥ ଦିନରେ ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ ! ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ ଜାରିରହିଛି ଆଲୋଚନା l
ଆଜି ମଧ୍ୟ ପହଂଚି ସମର୍ଥନ ଜଣାଇଲେ ବରିଷ୍ଠ ରାଜନେତା,ଗଣ ସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା, ଅଭିଭାବକଭୁବନେଶ୍ୱର ତା 20 ରିଖ lପ୍ରଥମ ରୁ ଅଷ୍ଟମ ପଯ୍ୟନ୍ତ ଭୁଲ ବହିକୁ ତୁରନ୍ତ ପ୍ରତ୍ୟାହାର, ପ୍ରାଇଭେଟ ସ୍କୁଲରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 25
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଲାଶାଙ୍କୁ ସ୍ୱର୍ଣ୍ଣ ପଦକ
ସୀଆଈଏସସୀଇ ନେଶନlଲ ଜିବେ ଅଭିଳାଷl ଟିଟଲାଗଡ଼ସ୍ଥିତ ସେଣ୍ଟ ଆନ୍ ସ୍କୁଲ ପରିସରରେ ସୀଆଈଏସସୀଇ ରିଜିଓନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ଛାତ୍ରୀ ଅଭିଲାଶା ଚୌଧୁରୀ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଓଡିଶା ଉଦ୍ୟୋଗୀ ପରିବାରର ଉଦ୍ୟମ ବେଶ ପ୍ରଶଂସନୀୟ