ପେହେଲଗାମ ନରସଂହାର ଘଟଣାକୁ ବ୍ରାହ୍ମଣସମାଜ ଓ ହିନ୍ଦୁଏକତା ମଞ୍ଚର ତୀବ୍ରନିନ୍ଦା

ବଲାଙ୍ଗିର: ଗତ ୨୨ ତାରିଖରେ ଜାମୁକାଶ୍ମିରର ପେହେଲଗାମଠାରେ ପାକିସ୍ଥାନୀ ଆତଙ୍କବାଦୀ ଙ୍କ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଏଭଳି ବର୍ବର ନରସଂହାରକୁ ବିଭିନ୍ନସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ସମାଜ ଓ ହିନ୍ଦୁ ଏକତାଞ୍ଚ ଏହି ଘଟଣାକୁ ଆତଙ୍କବାଦୀଙ୍କ ହୀନ ମାନସିକତା ବୋଲି ଅଭିହିତ କରି ନିନ୍ଦା କରାଯିବା ସହ ଭାରତସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ବୁଧବାର ସଂଧ୍ୟାରେ ବ୍ରହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ରୁଗୁଡିପଡା ଛକଠାରେ ପେହେଲଗାମରେ ମୃତ୍ୟୁବରଣ କରିଥିବା ଅମରଆତ୍ମାଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରାଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରାଯାଇଥିଲା। ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ଏଡଭୋକେଟ ଜୟରାମ ମିଶ୍ର, ସୁଧିର ଚାନ୍ଦ, କିଶୋର ପୁରୋହିତ, ସୁଧିର ତ୍ରୀପାଠୀ, ନରେନ୍ଦ୍ର ଆଚାର୍ଯ୍ୟ, କସ୍ତୁରୀ ରଥ, ରଂଜନ ତ୍ରୀପାଠୀ, ବିଧୁଭୁଷଣ ତ୍ରୀପାଠୀ, କାହ୍ନା ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ଥିଲେ । ତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଧର୍ମପଚାରି ତଥା ବସ୍ତ୍ରଖୋଲି ଧର୍ମଯାଞ୍ଚ କରି ହତ୍ୟାକରିବା ଘଟଣାକୁ ସମସ୍ତେ ତୀବ୍ରନିନ୍ଦା କରିଥିଲେ । ପାକିସ୍ଥାନୀ ଜେହାଦି ଆତଙ୍କବାଦୀଙ୍କ ଏଭଳି ବର୍ବରତାକୁ ଭାରତ କେବେ ମଧ୍ୟ ବରଦାସ୍ତ ନକରି ପାକିସ୍ଥାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇ ଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ସୌମ୍ୟରଂଜନ ମିଶ୍ର, ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସୋମନାଥ ମିଶ୍ର, ସନ୍ତୋଷ ପଧାନ, କମ୍ବୁପାଣି ପୂଜାରୀ, ବିଶ୍ୱମୟ ପୂଜାରୀ,ଜିତୁ ଦାସ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ସେହିପରି ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପେହେଲଗାମର ଆତଙ୍କି ଆକ୍ରମଣକୁ ପ୍ରତିବାଦ କରାଯାଇଥିଲା । ଆଜି ହିନ୍ଦୁତ୍ୱ ଉପରେ ଆକ୍ରମଣ ହୋଇଛି । ହିନ୍ଦୁଧର୍ମ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ବିଭିନ୍ନ ସ୍ଥାନରେ ହତ୍ୟା କରାଯାଉଛି । ମୁଖ୍ୟତଃ କାଶ୍ମିରରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ହତ୍ୟାକରାଯାଉଥିବାରୁ ଏହାକୁ ତୀବ୍ରସମାଲୋଚନା କରାଯାଇ ଦୃଢନିନ୍ଦା କରାଯାଇଥିଲା । ହିନ୍ଦୁଙ୍କ ସୁରକ୍ଷା ପାଇଁ ହିନ୍ଦୁମାନେ ସମସ୍ତେ ଏକ ହେବାକୁ ଆହ୍ୱାନ ଦିଆଯାଇଥିଲା । ପୂର୍ବରୁ କାଶ୍ମିରରେ ହିନ୍ଦୁଙ୍କୁ ନରସଂହାର କରାଯାଇଥିଲା । ସେଥିପାଇଁ ଅନେକ ହିନ୍ଦୁ କାଶ୍ମିର ଛାଡିଥିଲେ । ଏବେ ଆଗକୁ ଅମରନାଥ ଯାତ୍ରା, ବୈଷ୍ଣୋଦେବୀ ଯାତ୍ରାକୁ ପ୍ରତିହତ କରିବାକୁ ପାକିସ୍ଥାନର ମୁସଲିମ ଆତଙ୍କବାଦୀ ସଂଗଠନ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ବକ୍ତାଗଣ ମତ ଦେଇଥିଲେ । ସେଥିପାଇଁ ଭାରତ ସରକାର ଆତଙ୍କବାଦୀଙ୍କ ପ୍ରତି କଠୋର ମନୋବୃତ୍ତି ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରାଯାଇ ଥିଲା । ହିନ୍ଦୁଜାଗରଣ ମଞ୍ଚର ସୁବ୍ରତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମପ୍ରାନ୍ତ ପ୍ରମୁଖ ଦତ୍ତାନନ୍ଦ ପଣ୍ଡା,ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ରଂଜିତା ପାଣିଗ୍ରାହୀ,ବରିଷ୍ଠ ନାଗରିକ ମଞ୍ଚର ପ୍ରଭାକର ମିଶ୍ର, ପବିତ୍ର କୁମାର ଦାସ, ଉମାଶଙ୍କର ସାହୁ, ଶଙ୍କର ଅଗ୍ରୱାଲ, ଶଶୀଭୂଷଣ ପୁରୋହିତ, କିଶୋର ପୁରୋହିତ, ସଂଜୟ କୁମାର ପୁରୋହିତ, ସୌମ୍ୟରଂଜନ ମିଶ୍ର, କସ୍ତୁରୀ ରଥ, ଦିଲିପ ମିଶ୍ର, ଯତୀନ୍ଦ୍ରମୋହନ ପାଠୀ ପ୍ରମୁଖ ଆତଙ୍କି ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page