ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରାର ଭିତ୍ତିଭୂମି ବିକାଶରେ ଉଦାସୀନ ମନୋଭାବ ଦେଖାଇଲେ ନବୀନ

ମୋହନ ସରକାର ଙ୍କୁ ଦେଲେ ଦାବିପତ୍ର

କଳାହାଣ୍ଡି,୨୫|୦୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଓଡ଼ିଶା ର ପୂର୍ବତନ ନବୀନ ସରକାର ନିର୍ବାଚନ କୁ ଆଖି ଆଗରେ ରଖି ଫାଇବ ଟି (5T), ଆମ ଓଡ଼ିଶା ନବୀନ ଓଡିଶା, ଆମ ଗାଁ ଆମ ବିକାଶ,ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ଭଳି ଅନେକ ଯୋଜନା ହାତକୁ ନେଇ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସ୍କୁଲ, ଦେବୀ ପୀଠ, ଶୈବ ପୀଠ, ଜଗନ୍ନାଥ ମନ୍ଦିର, ମସଜିଦ ପରି ଅନେକ ଅନୁଷ୍ଠାନ ର ଉନ୍ନତିକରଣ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁମୁରା ଶ୍ରୀଜଗନ୍ନାଥ ମନ୍ଦିରରେ ଟଙ୍କା ଟିଏ ମଧ୍ଯ ଦେଲେ ନାହଁ ବିଜେଡି ସରକାର । ଯେଉଁ ଧର୍ମାନୁଷ୍ଠାନ ୨୦୦୬ ମସିହା ମାର୍ଚ୍ଚ ୧୮ ତାରିଖ ରେ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ କର କମଳ ରେ ପ୍ରତିଷ୍ଠା କରାଯାଇ ମହାପ୍ରଭୁ ପୁରୀ ଜଗନ୍ନାଥ ମନ୍ଦିର ରୀତି ନୀତି ଅନୁସାରେ ପୂଜା ପାଇ ଆସୁଛନ୍ତି ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଶ୍ରୀଜଗନ୍ନାଥ ମନ୍ଦିରରେ I ତିନି ରଥରେ ମହାପ୍ରଭୁ ବିଜେ କରୁଛନ୍ତି ରଥଯାତ୍ରା ସମୟରେ | ୨୦ ହଜାର ଭକ୍ତ ଙ୍କ ସମାଗମ ହୋଇ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ପ୍ରଭୁଙ୍କ କୃପାଲାଭ ପାଉଛନ୍ତି । ଏପରି ଅଞ୍ଚଳର ଖ୍ୟାତି ଅର୍ଜନ କରିଥିବା ଦେବ ପୀଠ ପ୍ରତି ଉଦାସୀନ ମନୋଭାବ ଦ୍ବାରା ପୀଠର ଭିତ୍ତିଭୂମି ବିକାଶ ସ୍ଥାଣୁ ହୋଇ ପଡିଛି । ପ୍ରକୃତରେ ଅଂଚଳର ବିଜେପି ଦଳର ସମତ ବ୍ୟକ୍ତି ଓ କଂଗ୍ରେସ ସମତ ବ୍ୟକ୍ତିବିଶେଷ ଅନୁଷ୍ଠାନ ରେ ସାମିଲ ହୋଇ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ଅହରହ ଉଦ୍ୟମ କରୁଥିବାରୁ ବିଜେଡି ବିଧାୟକ ଙ୍କ ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଯୋଜନାକୁ ବାଟବଣା କରି ଗାଁ ଗାଁ ରେ ବିଭ୍ରାଟ ସୃଷ୍ଟି କରିଥିଲେ । ଫଳରେ ନିରବ ଦ୍ରଷ୍ଟା ହୋଇ ଅପେକ୍ଷା କରିଛନ୍ତି ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରାର ମନ୍ଦିର କମିଟି ଓ ସେବକ ବୃନ୍ଦ।ବର୍ତମାନ ବିଜେପି ସରକାର ଲୋକଙ୍କ ସରକାର ମୋହନ ସରକାର ଉପରେ ଆସ୍ଥା ପ୍ରକଟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଅଭିଯୋଗ ଶୁଣାଣୀରେ ୨୧/୦୪/୨୦୨୫ ତାରିଖ ରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ତୁମୁରା ଗ୍ରାମବାସୀ ତରଫରୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ଦାବି ଗୁଡ଼ିକ ହେଲା ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟ କରଣ, ରଥଶାଲା ନିର୍ମାଣ, ତିନିଗୋଟି ନୂତନ ରଥ ନିର୍ମାଣ, ମୁଖଶାଳା ସୌନ୍ଦର୍ଯ୍ୟ କରଣ, ଗଜପତି ପଡିଆ ରେ ପାଚେରୀ ନିର୍ମାଣ, ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ରଥ ଯାତ୍ରା ପାଇଁ ବଡ ଦାଣ୍ଡ କଂକ୍ରିଟ ରାସ୍ତା ନିର୍ମାଣ, ଡ୍ରେନେଜ ବ୍ୟବସ୍ଥା ସହ ମାଉସୀ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ନିବେଦନ କରାଯାଇଛି । ନବୀନ ସରକାର ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ଓ ଭିତ୍ତିଭୂମି ବିକାଶ ପାଇଁ ଫାଇବ ଟି (5t ), ନବୀନ ଓଡିଶା ଯୋଜନା କରିଥିଲେ ମଧ୍ୟ ସାତ ସପନ ହୋଇ ରହିଗଲା । ଆଗାମୀ ଦିନରେ ଏହି ଅନୁଷ୍ଠାନ ବିକାଶ ହେଲେ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳିବ ଏଥିରେ ତିଲେ ମାତ୍ର ସନ୍ଦେହ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ପାଣ୍ଠି ପ୍ରଦାନ କରି ଯୁଦ୍ଧ କାଳୀନ ଭିତ୍ତରେ ଉନ୍ନତିକରଣ ପାଇଁ ଚେଷ୍ଟିତ ହେବେ ବୋଲି ଆଶା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ମୋହନ ସରକାରଙ୍କ ସୂ ଦୃଷ୍ଟି କେବେ ପଡ଼ିବ ସିଦ୍ଧି ଶ୍ରୀକ୍ଷେତ୍ର ତୁମୁରା ଶ୍ରୀଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସୌନ୍ଦର୍ଯ୍ୟ କରଣ କରିବା ଉପରେ ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page