ପହଲଗାମରେ ସହୀଦ ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଡେଲ ଯାତ୍ରା

ବାଲିଅନ୍ତା: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏକ ବର୍ବର ଏବଂ ନୃଶଂସ ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ଦିନ ୨୯ ଜଣଙ୍କ ଜୀବନ ଯାଇଥିବାବେଳେ, ୯ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ବୁଧବାର ସନ୍ଧ୍ୟାରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ଓ ନିର୍ଭିକ ଖବର ପକ୍ଷରୁ ସହିଦଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଯାଇଥିଲା । ଭାରତ ମାତାକି ଜୟ, ବନ୍ଦେ ମାତରଂ ସ୍କୋଗାନ ଦେଇ ବାଳକାଟି ବ୍ରିଜ ଠାରୁ ମଦନମୋହନ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡଲେ ଶୋଭାଯାତ୍ରାରେ ପରିକ୍ରମା ପରେ ପ୍ରଭୁ ମଦନମୋହନଙ୍କ ନିକଟରେ ସହିଦ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ କାଞ୍ଚନ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ଲକ୍ଷ୍ମୀଧର ପ୍ରଧାନ, ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ, ପ୍ରଦୀପ୍ତ କୁମାର ମହାନ୍ତି, ନିର୍ଭିକ ଖବରର ସମ୍ପାଦକ ଆଶୁତୋଷ ଚୌଧୁରୀ, ସହ ସମ୍ପାଦକ ପ୍ରଳୟ କୁମାର ଦାସ ଉମାକାନ୍ତ ବେହେରା, ସୁରେଶ ବେହେରା, କାହ୍ନୁଚରଣ ଦାସ, ଦୀପକ୍ କୁମାର ସ୍ବାଇଁଙ୍କ ସହ ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page