ଦ୍ଵିତୀୟ ଥର ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ହେଲେ ମନ୍ଦାକିନୀ ବାଣୁଆ

କଳାହାଣ୍ଡି, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ହେଲେ ମନ୍ଦାକିନୀ ବାଣୁଆ ଦ୍ଵିତୀୟ ଥର ପାଇଁ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦିକା ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୧୯ ମଦନମୋହନ ପଡା (ଦର୍ପଣ ସାଗର ପଡା)ର କମଳ ଲୋଚନ ବାଣୁଆ କଂଗ୍ରେସରେ ସେ ୫୦ ବର୍ଷ ଧରି କାମ କରି ଆସୁଥିଲେ। କମଳ ଲୋଚନ ବାଣୁଆଙ୍କ ପରେ ତାଙ୍କ ସାନ ଭାଇ ଦୁର୍ଯ୍ୟୋଧନ ବାଣୁଆ କଂଗ୍ରେସରେ ମଧ୍ୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ କାମ କରି ଆସୁଥିଲେ। ଦୁର୍ଯ୍ୟୋଧନ ବାଣୁଆଙ୍କ ତାଙ୍କ ସ୍ତ୍ରୀ କୁମୁଦିନୀ ବାଣୁଆଙ୍କ ସୁପୁତ୍ରୀ ମନ୍ଦାକିନୀ ବାଣୁଆ କଂଗ୍ରେସରେ ଏହା ପୂର୍ବରୁ ସେ ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ୨୦୨୩ ମସିହାରେ ଭବାନୀପାଟଣା ପୌର ନିର୍ବାଚନରେ ସେ ମ୍ୟୁନିସିପାଲିଟି ରେ ପୌରଧ୍ୟକ୍ଷା ପଦ ପାଇଁ ନିର୍ବାଚନ ଲଢ଼ିଥିଲେ । ପୁଣିଥରେ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦିକା ହେବା ପରେ ସେ ଆଗାମୀ ଦିନରେ ଓଡ଼ିଶା ର ଯୁବକ ଯୁବତୀ ମାନଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ଯୁବକ ଯୁବତୀମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣ ମୂଳ ସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଳ ବାସି ଶୁବେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କୁ ଆଶୀର୍ବାଦ ଓ ସହଯୋଗ କରିଥିବା କଂଗ୍ରେସ ପରିବାର ର ସମସ୍ତ ସଦସ୍ୟ କୁ ସେ ଧନ୍ୟବାଦ ଦେବା ସହ କଂଗ୍ରେସ ର ସମସ୍ତ ନେତୃ ବୃନ୍ଦ ମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page