ଭଗବାନ ବୁଦ୍ଧ ଜ୍ଞାନ, ଶାନ୍ତି, ସହନଶୀଳତା, ଅହିଁସା, ମାନବବାଦର ସର୍ବକାଳୀନ ପ୍ରତୀକ

ଭୁବନେଶ୍ୱର: ସମଗ୍ର ବିଶ୍ୱକୁ ଅହିଂସା, ଶାନ୍ତି, ଜ୍ଞାନ, ସହନଶୀଳତା, ମାନବବାଦ ପ୍ରମୁଖ ଦିବ୍ୟ ଅମୁଲ୍ୟ ସମ୍ପଦ ପ୍ରଦାନ କରିଥିବା ତଥାଗତ ବୁଦ୍ଧଙ୍କ 2569 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଥିବା ବୋଧି ବୃକ୍ଷ ପ୍ରତିମୂର୍ତ୍ତି ସ୍ଥଳରେ ମହାବୁଦ୍ଧି ଯୁବ ଅଭିଯାନ ପକ୍ଷରୁ ସାମୁହିକ ଦ୍ବୀପ ଦାନ, ମୌନବ୍ରତ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅଭିଯାନ ର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ କୁ ଆ ନୁଷ୍ଠାନିକ ଭାବେ ଉଦଘାଟନ କରି ବରିଷ୍ଠ ସମ୍ପାଦକ ମନୋଜ କୁମାର ମହାପାତ୍ର ମତବ୍ୟକ୍ତ କରି କହିଥିଲେ ଯେ, ବିଶ୍ୱ ବାସୀ ଭଗବାନ ବୁଦ୍ଧଙ୍କୁ ଯେଉଁ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନକରୁଛନ୍ତି, ଆମେ ବୁଦ୍ଧ ଙ୍କୁ ନେଇ ଯେଉଁ ଗର୍ବ କରୁଛେ,ସେହି ପରିମାଣରେ ଶ୍ରଦ୍ଧା ଓ ସମ୍ମାନ ଦେଇ ପାରିନାହେଁ l ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସକ ସହଦେଵ ଜୟ ସିଂ, ବରିଷ୍ଠ ସାମ୍ବାଦିକ, ସୁବାର୍ତ୍ତା ସମ୍ପାଦକ, ତଥା ପୂଜ୍ୟପୂଜା

ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ପ୍ରଫେସର ଡ଼ଃ ବୁଦ୍ଧ ଦେବ ମିଶ୍ର,ପୂର୍ବତନ ଦୂରଦର୍ଶନ ନିର୍ଦ୍ଧେଶକ ଗୋପାଳ ମହାପାତ୍ର,ସାମ୍ବାଦିକ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ବୁଦ୍ଧ ଙ୍କ ଆଦର୍ଶ ସାରା ବିଶ୍ୱ କୁ ଅନୁପ୍ରାଣିତ କରିବା ସହ ମନୁଷ୍ୟ ଜୀବନ ବଞ୍ଚିବାର କଳା, କୌଶଳ ଭଗବାନ ବୁଦ୍ଧ ହିଁ ଦର୍ଶାଇ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ l ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ ଯେ ବୁଦ୍ଧ ଙ୍କୁ ଚିହିଁବାକୁ ଆମକୁ ଦୁଇ ହଜାର ବର୍ଷ ଲାଗିଗଲା ପ୍ରଫେସର ଡ଼ଃ ମିଶ୍ର ଶ୍ରଦ୍ଧାଞ୍ଜଳି ପୂର୍ବକ କହିଥିଲେ ଯେ ଧର୍ମ କୁ ଅତି ସରଳ ଭାବେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇପାରିଥିଲେ l ମହାବୋଧି ଯୁବା ଅଭିଯାନ ର ଉପସଭାପତି ସୀତା ବଲ୍ଳଭ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହିପରି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କୁ ପ୍ରେରିତ କରାଇବ ବୋଲି କହିଥିଲେ l ଅଭିଯାନ ର ଅନ୍ୟ ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ସୀମନ୍ତିନୀ ଜେନା,ଦୀପାସନା ଗୁରୁ, ବ୍ରଜବନ୍ଧୁ ପରିଡା, ରମେଶ ଚନ୍ଦ୍ର ପାତାଳ ସିଂ, ସମାଜସେବୀ ମନୋରଞ୍ଜନ ମହାନ୍ତି,ଛବି ମହାନ୍ତି,ଉପସ୍ଥିତ ରହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ପୁଷ୍ପ ରାଜ ପ୍ରଧାନ l ଏହି ଅବସରରେ ଡ଼ଃ ବୁଦ୍ଧଦେବ ମିଶ୍ର ସାରସ୍ୱତ ସାଧକ ମନୋଜ ମହାପାତ୍ରଙ୍କୁ ତାଙ୍କ ସ୍ୱ ନକ୍ଷେତ୍ର ଅବସରରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ବରୁଣ ରାଜ, ଅଧିବକ୍ତା ମନେକ୍ସ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ 

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page