ବାଲିଅନ୍ତା: ଖୋରଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟଭାମାପୁରର ୫୯ ତମ ବାର୍ଷିକ ଉତ୍ସବ ତଥା ପୁରସ୍କାର ପ୍ରଦାନ ସମାରୋହ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସତ୍ୟଭାମାପୁର ଗ୍ରାମ ପଂଚାୟତର ସରପଂଚ ରଶ୍ମିତା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା । ବିଦ୍ୟାଳୟ ପଞ୍ଚଶିକ୍ଷା ସେତୁ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ନିଜର ତଥା ବିଦ୍ୟାଳୟର ଗୌରବ ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ଓ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ସାହେବ କୁମାର ସାହୁ, ସଂସଦର ବରିଷ୍ଠ ସଦସ୍ୟ ବୃନ୍ଦାବନ ବେହେରା, ସଂସଦର ସାଧାରଣ ସଂପାଦକ ପଠାଣି ରାଉତ ପ୍ରମୁଖ ଯୋଗଦେଇ ପୂର୍ବରୁ ଅଧ୍ୟୟନ କରିଥିବା ଏହି ବିଦ୍ୟାଳୟରେ ପାଠପଢା ସମୟର ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସୃଜନଶୀଳତାର ବିକାଶ, ବୈଜ୍ଞାନିକ ତଥା ଗବେଷଣାତ୍ମକ ମନୋଭାବ ପୋଷଣ, କ୍ରୀଡା, ନୃତ୍ୟ, ସଂଗୀତ ଆଦି ବିଭିନ୍ନ କ୍ଷେତ୍ରରେ ରହୁଥିବା ରୁଚିକୁ ପାଥେୟ କରି ଦକ୍ଷତାର ବିକାଶ ପୂର୍ବକ ଭବିଷ୍ୟତ ଗଢ଼ିବାକୁ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ୪ ଗୋଟି ବର୍ଗରେ ୧୬୭ ଜଣ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ୧୪ ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ନୃତ୍ୟ ଓ ସଂଗୀତ ମାଧ୍ୟମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଅତିଥିମାନେ ଆମ ସଂସ୍କୃତି ଆମ ଖେଳନା ଗଣିତ ଓ ବିଜ୍ଞାନ କ୍ଲବର ବିଭିନ୍ନ ମଡେଲ ଏବଂ ସ୍କ୍ରାପ୍ ବୁକ୍ ରୁ ସଂଗୃହିତ ଉପସ୍ଥାପିତ ଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ପରିଦର୍ଶନ କରିଥିଲେ ଓ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ଶିକ୍ଷାଭିତ୍ତିକ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶରତ କୁମାର ବସନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସିଦ୍ଧେସ୍ୱିନୀ ମହାନ୍ତି ମଂଚ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆସନ୍ତା ବର୍ଷ ବିଦ୍ୟାଳୟର ହୀରକ ଜୟନ୍ତୀ ବର୍ଷ ପାଳନ କରାଯିବାକୁ ଥିବାରୁ ଏଥି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।
ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ମ.ରାମପୁର ସବ୍ ରେଜିଷ୍ଟର ଅଧିକାରୀଙ୍କ ନାମରେ ମାତ୍ରାଧିକ ବେଞ୍ଚ ମାର୍କ ମୂଲ୍ୟ ଦାବୀ ନେଇ ଅଭିଯୋଗ
କଳାହାଣ୍ଡି,୧୪।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜିଲ୍ଲା, ମ.ରାମପୁର ସବ୍ ରେଜିଷ୍ଟର ସୌଦାମିନି ମାଝି ଜମି ରେଜିଷ୍ଟ୍ରେସନ୍ ବାବଦକୁ ସରକାର ଙ୍କ ନିୟମ ଉଲଂଘନ କରି ନିଜ ମନ
ଚିତାବାଘ ର ନଖ ଜବତ ତିନି ଯୁବକ ଗିରଫ ଓ କୋର୍ଟ ଚାଲାଣ
କଳାହାଣ୍ଡି,୧୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ବେଆଇନ ଭାବେ ବନ୍ୟଜନ୍ତୁ ଙ୍କ ର ଶିକାର କରି ବ୍ୟବସାୟ ଚାଲୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଳାହାଣ୍ଡି ଉତ୍ତର ବନଖଣ୍ଡ
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ
Politics
ନାଚୁଣୀ ମହାବିଦ୍ୟାଳୟରେ ଉଦ୍ୟାନ କୃଷିର ସଫଳ ପ୍ରୟୋଗ ସମ୍ବନ୍ଧୀୟ ଆଲୋଚନା ଚ଼କ୍ର
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ଶ୍ରଦ୍ଧାଞଳୀ ସଭା
ଜାତିସଙ୍ଘ ନୀତି ଅଧିକାରୀ ବୈଶାଳୀଙ୍କଦମ ଦାର ନୃତ୍ୟ ପ୍ରଦର୍ଶନ
ହିନ୍ଦୁ-ମୁସଲିମ୍ ଭାଇଚାରାର ଅନନ୍ୟ ଉଦାହରଣ: ମାଣିକାଗୋଡ଼ା ଦଶହରା