ନିରଞ୍ଜନ ସାହୁ ଙ୍କୁ ବିଶ୍ଵ ମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଥୁରିପଡା ଠାରେ ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପୁଣ୍ଯଶ୍ଲୋକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ନାତି ରବିନ୍ଦ୍ର ନାଥ ଦାସ ଙ୍କ ଦ୍ୱାରା ଉନ୍ମୋଚିତ ଦାସେ ଆପଣେଙ୍କ ପ୍ରତି ମୂର୍ତ୍ତି ନିକଟରେ ବୈଦିକ ରୀତିରେ ଶ୍ରାଦ୍ଧ କର୍ମ ଓ ତିଳ ତର୍ପଣ କରା ଯାଇଥିଲା। ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର କର୍ତ୍ତା ଭାବେ ପିଣ୍ଡଦାନ ନୀତି ଓ ପଣ୍ଡିତ ନୃସିଂହ ଚରଣ ଦାଶ ହୋମ ଯଜ୍ଞ କର୍ମ ସମ୍ପାଦନ କରିଥିଲେ। ଏହି ଅବସରରେ ବାଙ୍କୀ ଦୁଲଣାପୁର ଗ୍ରାମର ଯୁବ ସମାଜସେବୀ ତଥା ରାଜଧାନୀ ଜନ ମଙ୍ଗଳ ପରିଷଦର ସମ୍ପାଦକ ନିରଞ୍ଜନ ସାହୁ (ମିଲୁ) ଙ୍କୁ ସେବା କାର୍ଯ୍ୟ ପାଇଁ “ବିଶ୍ଵ ମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦ ର ସଭାପତି ତଥା କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର, କବି କୌଶିକ ନାୟକ, ଶିକ୍ଷାବିତ୍ ସୁରେଶ୍ଵର ବେହେରା, ମହାବେରେଣା କ୍ଲବ ସମ୍ପାଦକ ସଦାଶିବ ଦାସ, ଅବସରପ୍ରାପ୍ତ ସୈନିକ ତ୍ରିଲୋଚନ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲୀପ ମହାପାତ୍ର, ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମର ପ୍ରଧାନ, ଶିକ୍ଷକ ହୃଦାନନ୍ଦ ପ୍ରହରାଜ, ବିଜୟ ମହାନ୍ତି, ବିନୋଦ ବିହାରୀ ସ୍ଵାଇଁ, ସିଆରସିସି ସଦାନନ୍ଦ ସାହୁ ଅକ୍ଷୟ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ସୁନ୍ଦରୀ ଦେବୀ ଯୋଗ ଦେଇ ଗୋପବନ୍ଧୁ ଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଚିନ୍ମୟ ପଣ୍ଡା, ବୁଦ୍ଧେଶ୍ବର ସ୍ଵାଇଁ, ଅକ୍ଷୟ ତ୍ରିପାଠୀ, ଉମାମଣି ମହାପାତ୍ର, ସରୋଜିନୀ ଦେଇ, ସୌଭାଗିନୀ ନନ୍ଦ, ପ୍ରଭାତୀ ତ୍ରିପାଠୀ, ରତ୍ନାକର ପଣ୍ଡା, ସାଗର ଜେନା, ଜିତେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ। ସକାଳ ସମୟରେ ପୁଣ୍ଯ ତିଥି ଉପଲକ୍ଷେ ଦେବଗିରି ପିଠ ରାସ୍ତା ପାର୍ଶ୍ଵରେ ବର ଓସ୍ତ ବୃକ୍ଷ ରୋପଣ କରାଯାଇଥିଲା। 2016 ମସିହାରୁ କବି ସୁନୀଲ ମିଶ୍ର ଙ୍କ ଆବାହକତ୍ବରେ ପ୍ରତିବର୍ଷ ଶ୍ରାଦ୍ଧ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ କରାଯାଉଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page