ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନ: ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିଥିବାବେଳେ ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହା ଓଡ଼ିଶ ଗ୍ରାମର ସମସ୍ତ ଗ୍ରାମଦେବୀଙ୍କ ପୀଠ ସଫେଇ କରିବା ସହ ଏହାର ଚତୁଃପାଶ୍ୱର୍ର ସଫେଇ

କରାଯାଇଥିବା ଦେଖିବାକୁ ମିଳିଛି । ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ପୀଠର ପରିସ୍କାର କରିବା ସହ ବୃକ୍ଷରୋପଣ କରିଥିବା ଦେଖିବାକୁ ମିଳିଥିଲା । ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରିଥବା ଦେଖିବାକୁ ମିଳିଛି । ସ୍ୱଚ୍ଛତା ଅଭିଯାନ ଦ୍ୱାରା ଆମ ପରିବେଶ ସ୍ୱଚ୍ଛ ରହିବା ସହ ବୃକ୍ଷରୋପଣ ଦ୍ୱାରା ପରିବେଶରେ ସ୍ୱଚ୍ଛ ଅମ୍ଳଜାନ ପାଇପାରିବା ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା ପରିବେଶ ଭିତ୍ତିକ ଏକ କବିତା ଆବୃତି କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଟ୍ରଷ୍ଟର ସଂଯୋଜକ ତଥା ସାମ୍ବାଦିକ ବିମଳ କୁମାର ରଣା ପ୍ରକାଶ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page