ପିକକ ପକ୍ଷରୁ ବୃକ୍ଷ ରୋପଣ

ବାଲିଅନ୍ତା: ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର୍ (ପିକକ୍) ର ଉଦ୍ୟମରେ ବାଲିଅନ୍ତା ବ୍ଲକର ପୁରୋହିତପୁର, ଝିଇଁଣ୍ଟିଶାସନ, ବାଲିଅନ୍ତା ଓ ଜଗନ୍ନାଥପୂର୍ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଲା। ଏହି ଅବସରରେ ଜଗନ୍ନାଥପୁର ପଞ୍ଚାୟତ ସାଇ ପ୍ଲବିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ପରିସର ଓ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କରିଥିଲେ।କାର‌୍ୟ୍ୟକ୍ରମରେ ସାଇ ପ୍ଲବିକ୍ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ସାସମଲ୍, ଜିଲ୍ଲାପରିଷଦ ସଦସ୍ୟ ମହେଶ୍ୱର ଦାଶ, ୱାଡ ସଭ୍ୟ ରଶ୍ମୀ ରଞ୍ଜନ ସାସମଲ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସମସ୍ତଙ୍କ ଅଂଶଗ୍ରହଣ ରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇ ଏକ ଗ୍ରୀନ୍ କଭର ସୃଷ୍ଟି କରାଯାଇଥିଲା। ଏହି କାର‌୍ୟ୍ୟକ୍ରମକୁ ପିକକ୍ ର ବ୍ଳକ୍ ସଞ୍ଜୋଜିକା ଉପମା ମହାନ୍ତି ଓ ବିଷ୍ଣୁପ୍ରିୟା ମହାପାତ୍ର ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page