ଅଟଳବିହାରୀ ବାଜପେୟୀଙ୍କ 7ମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ପାଳିତ

ଭୁବନେଶ୍ୱର: ପ୍ରାକ୍ତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ କବି, ଜନନାୟକ, ଭାରତରତ୍ନ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ସପ୍ତମ ପୁଣ୍ୟତିଥି ସହିତ ସୌର୍ୟ୍ୟ ଦିବସ ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳବିହାରୀ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ ଠାରେ ଯନ୍ତ୍ରୀ ସୁଧାକର ପତ୍ରିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ୟ୍ୟକ୍ରମରେ ଓଡିଶା ରାଜ୍ୟ ବିଜେପି ସଭାପତି ମାନ୍ୟବର ମନମୋହନ ସାମଲ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଶଶଧର ପଣ୍ଡା ସମ୍ମାନିତ ଅତିଥି ମୁଖ୍ୟ ବକ୍ତା ଭାବେ କର୍ଣ୍ଣେଲ ଶରତ ଚନ୍ଦ୍ର

ମହାପାତ୍ର, ଡ଼ଃ ବଂଶୀଧର ଦାଶ କାର୍ୟ୍ୟକାରୀ ନିର୍ଦ୍ଧେଶକ, ସୁନାମ ଧନ୍ୟ ଚିକିତ୍ସକ ଡ଼ଃ ଗୋପାଳ ଚନ୍ଦ୍ର ଦାଶ ଉପସ୍ଥିତ ରହିବା ସହ ଭାରତର ବିକାଶ, ଅଖଣ୍ଡତା, ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଭାରତର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଦୃଢ଼ ପ୍ରୟାସ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ I ଏହି ଅବସରରେ ଅଖଣ୍ଡ ଭାରତ ପାଇଁ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଉତ୍ତରାଧିକାରୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ସ୍ବର୍ଗତ ବାଜପେୟୀ ତାଙ୍କ ସଠିକ ଉତ୍ତରାଧିକାରୀ ଓ ଆଜିର ବ୍ୟକ୍ତି ବିଶେଷ ଅଟଳବିହାରୀ ଙ୍କ ପଦାଙ୍କ ଅନୁସରଣ କଲେ ତାହା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ

କରିଥିଲେ I ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହିତ ବହୁ ବିକାଶର ଅଧିନାୟକ ବୋଲିମୁଖ୍ୟ ଅତିଥି ମନମୋହନ ସାମଲ ମତବ୍ୟକ୍ତ କରିଥିଲେ I ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ବିବେଦୀ କାର୍ୟ୍ୟକ୍ରମ ସଂଯୋଜନା କରିବା ସହିତ ସାରସ୍ୱତ ବ୍ୟକ୍ତିବିଶେଷ, ଅନୁଷ୍ଠିତ ମାନଂକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଶଶଧର ପଣ୍ଡା,ଉଧୃତି ଅନୁଷ୍ଠାନ ର ସମ୍ପାଦିକା ସାହିତ୍ୟିକା ସରୋଜିନୀ ମିଶ୍ର, ଗଣମାଧ୍ୟମ ଓ ପୂଜ୍ୟ ପୂଜା ପାଇଁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ର ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ଯୁବ ସାମ୍ବାଦିକ ରମେଶ କୁମାର ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହିପରି କାର୍ୟ୍ୟକ୍ରମ ଆଗାମୀ ଯୁବପିଢ଼ି ଙ୍କୁ ପ୍ରେରଣା ଦେବ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page