ପାଦପଦ୍ମ ପାହାଡ଼ରେ ନବାନ୍ନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଅନ୍ଧାରୁଆ ଗ୍ରାମ ପାଦପଦ୍ମ ପାହାଡ଼ (ପ୍ରବୁଧ ବିହାର ) ଠାରେ ସତ୍ୟ ମହିମା ଆଶ୍ରମରେ ପ୍ରତିବର୍ଷ ପରି ଚଳିତବର୍ଷ ନବାନ୍ନ ମହୋତ୍ସବ ପାଳିତ ହୋଇଯାଇଛି l ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ଙ୍କ ଆଦେଶ ଅନୁସାରେ ବ୍ରଜ ବାବାଙ୍କ ତତ୍ୱାବଧାନ ରେ ବ୍ରହ୍ମ ମୁହୂର୍ତ୍ତ ସମୟରେ ଘୃତବତୀ ସ୍ଥାପନ କରାଯିବା ସହ ନୂତନ ଚୁଡା ସହିତ ଗୁଡ଼, ସେଓ, ଅଙ୍ଗୁର, ନଡ଼ିଆ, କଦଳୀ, କ୍ଷୀର, ଦହି ମିଶ୍ରିତ ନବାନ୍ନ ପ୍ରସାଦ ନୂଆ ମାଟିହାଣ୍ଡି (ଆଟିକା )ରେ ଅହମଣିଆ କୁ ପ୍ରଭୁ ମହିମା ସ୍ୱାମୀଙ୍କୁ ଅର୍ପଣ କରାଯିବା ସହ ଦେଶବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା l ନବାନ୍ନ ପ୍ରସ୍ତୁତି କରାଯାଇ ସମସ୍ତ ଭକ୍ତ, ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା l ଉକ୍ତ ମହୋତ୍ସବରେ ମହିମାଧର୍ମ ର ପର ସନ୍ୟାସୀ, ଅପର ସନ୍ୟାସୀ, ମହିମା ସାଧୁବୃନ୍ଦ, ଧର୍ମାସିତ ଭକ୍ତ ବହୁ ସଂଖ୍ୟାରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ଅନ୍ଧାରୁଆ ଗ୍ରାମବାସୀ, ଭକ୍ତମାନେ ସୁଚାରୁରୂପେ ପରିଚାଳନା କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page