ବଡ ପରଦାକୁ ଆସିବାକୁ ଯାଉଚି ଓଡ଼ିଆ ହରର୍ ଥ୍ରିଲର୍ ସିନେମା “ଦର୍ପଣ”

ଦର୍ପଣ ସୋନ୍ଦର୍ଯ୍ୟ କୁ ଦେଖିବା ପାଇଁ ଯେମିତି ନିତିଦିନ ଦରକାର୍ ପଡେ…ଠିକ୍ ସେମିତି ସୌନ୍ଦର୍ଯ୍ୟକୁ ଖରାପ କରିବା ପାଇଁ ଭୟଙ୍କର ରୂପ ନେଇ ତାଣ୍ଡବ କରିଥାଏ ଦୁନିଆରେ…ଠିକ୍ ସେମିତି କିଛି ରହସ୍ୟମୟ କାହାଣୀ କୁ ବଡ଼ ପରଦାକୁ ନେଇକି ଆସୁଛନ୍ତି ଦର୍ପଣ ସିନେମାର ନାୟକ ତଥା ନିର୍ଦ୍ଦେଶକ ଭାରତ ପୁଷ୍ପରାଗ। ଭାରତ ଆଗରୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ୍ ସାରା ମ୍ୟୁସିକ୍ ଭିଡିଓ ରେ ନିଜେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଏବଂ ପ୍ରଥମ ଥର ସାୟନ୍ ପ୍ରଡକ୍ସନ ହାଉସ୍ ବ୍ୟାନର୍ ରେ ନିର୍ମାଣ ହୋଇଛି ପ୍ରଥମ ଓଡ଼ିଆ ହୋରର୍ ଥ୍ରିଲର୍ ସିନେମା “ଦର୍ପଣ” ଯାହା ବଡ଼ ପରଦାରେ ସିନେମା ଜଗତକୁ ଆସିବାକୁ ଯାଉଛି ଓ ବହୁତ୍ ଜଲଦି ଏଇ ବର୍ଷ ରିଲିଜ୍ ହେବାକୁ ଯାଉଛି ବଡ଼ ପରଦାରେ | ଆଜି ଦର୍ପଣ ସିନେମା ର ପ୍ରେସ୍ ମିଟ୍ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିଅମ୍ ଠାରେ ମିଡିଆ ଉପସ୍ଥିତ ରେ ରିଲିଜ୍ ହୋଇଛି ଅଫିସିଆଲ୍ ଟିଜର୍ ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ କୁ ନେଇ ଆଧାରିତ ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଆନନ୍ଦ କୁମାର ଅଛନ୍ତି। ଏହି ଚଳଚ୍ଚିତ୍ରରେ ବଡ଼ ପରଦାରେ ପ୍ରଥମଥର ହିରୋ ହିସାବରେ ନଜର ଆସିବାକୁ ଯାଉଛନ୍ତି ନାୟକ ଭାରତ ପୁଷ୍ପରାଗ ଏହି ସିନେମାରେ ଆପଣ ଦୁଇ ନାୟକ ଓ ଦୁଇ ନୟିକାଙ୍କୁ ଦେଖିବାକୁ ପାଇବେ ଅଙ୍କିତ କୁମାର୍ ଓ ଭାରତ । ଅଙ୍କିତଙ୍କ ବିପକ୍ଷରେ ଅଛନ୍ତି ସୁନ୍ଦରୀ ତୃପ୍ତି ମିରମ୍ବିକା ଓ ଭାରତଙ୍କ ବିପକ୍ଷରେ ଅଛନ୍ତି ସୁନ୍ଦରୀ ନାୟିକା ହିରନମୟୀ । ଆଗରୁ ତୃପ୍ତି ଓ ଅଙ୍କିତ ବହୁତ୍ ସାରା ସିନେମା ରେ ଏବଂ ବଡ ପରଦାରେ ଅଭିନୟ କରିସାରିଛନ୍ତି। ଭାରତ ଓ ହିରନମୟୀ ମଧ୍ୟ ଆଗରୁ ଅଭିନୟ କରିଛନ୍ତି । ଏହି ଦର୍ପଣ ସିନେମା ମାଧ୍ୟମରେ ଅଙ୍କିତ୍ ଓ ତୃପ୍ତି ମିରମ୍ବିକା ଙ୍କୁ ଦେଖିବାକୁ ପାଇବେ ଏକ ଭିନ୍ନ ଦମଦାର ଚରିତ୍ରରେ । ଏହି ଦର୍ପଣ ସିନେମାରେ ବଡ଼ ବଡ଼ ନୂଆ ପୁରୁଣା କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ଦେଖିବାକୁ ପାଇବେ ଯେମିତି କି ଭାରତ ପୁସ୍ପରାଗ , ହିରନମୟୀ , ପ୍ରଦ୍ୟୁମ୍ନ ଲେଙ୍କା, ରାନୁ ପାଢ଼ୀ, କାଳୀ ଚରଣ , ଲଲାଟ,ପ୍ରଜ୍ଞା, ଏମିତି ବହୁତ୍ କଳା କାରଙ୍କୁ ଦେଖିବାକୁ ପାଇବେ ଓ ଏହି ଦର୍ପଣ ଚଳଚ୍ଚିତ୍ର ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ୍ୟ ବିଭିନ୍ନ ସ୍ଥାନରେ ମଧ୍ୟ ସୁଟିଂ ହଉଚି ଯେମିତିକି ବଲାଙ୍ଗୀର୍, ଖୋର୍ଦ୍ଧା, ଭୁବନେଶ୍ୱର, ନରଣଗଡ, ନେପାଳ, ମିରିକ୍, ଦାର୍ଜିଲିଂ ଓ ଇତ୍ୟାଦି ।ଏହି ଦର୍ପଣ ଚଳଚ୍ଚିତ୍ରରେ ମ୍ୟୁସିକ୍ ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଓ ଟୁନୁ ପଟ୍ଟନାୟକ ଓ ଏହି ସିନେମା ରେ ବହୁତ୍ ବଡ଼ ବଡ଼ କଣ୍ଠ ଶିଳ୍ପୀ ମାନେ ସଙ୍ଗୀତ ଗାଇଛନ୍ତି ଅସୀମା ପଣ୍ଡା, ହ୍ୟୁମାନ୍ ସାଗର , ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ନାଭ୍ୟା ଓ ଏହି ସିନେମା ରେ ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ସୁଧାକର ବସନ୍ତ | ନିର୍ଦ୍ଦେଶକ ତଥା ନାୟକ ଭାରତ ପୁଷ୍ପରାଗଙ୍କ ଆଶା ଅଛି ଏହି ଦର୍ପଣ ଚଳଚ୍ଚିତ୍ର ଟି ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁବ ଓ କିଛି ଭିନ୍ନ ଦେଖିବାକୁ ପାଇବେ ଅଡିଏନ୍ସ ପ୍ରଥମଥର ବଡ଼ ପରଦାରେ ଏହି ଦର୍ପଣ ଚଳଚ୍ଚିତ୍ର ମାଧ୍ୟମରେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page