‘ମହାନଦୀର ନିରନ୍ତର ପ୍ରବାହ ପ୍ରଥମେ ସୁନିଶ୍ଚିତ ହେଉ, ପରେ ସୌନ୍ଦର୍ଯ୍ୟକରଣ’

ଭୁବନେଶ୍ୱର: ସମ୍ପ୍ରତି ଓଡ଼ିଶା ସରକାର ମହାନଦୀ ତଟ ର ସୌନ୍ଦର୍ଯ୍ୟ କରଣ ପାଇଁ ସମ୍ବଲପୁର ଓ ଭୁବନେଶ୍ୱର ଠାରେ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛନ୍ତି l ଏହି ଅର୍ଥରେ ସରକାର ସମ୍ବଲପୁର ମନ୍ଦଲିଆ ରୁ ଚାଉଁରପୂର୍ ନଦୀ ତଟ ପାଇଁ ୧୬୦ କୋଟି ଓ ଭୁବନେଶ୍ୱର ର କୁଆଖାଇ ନଦୀ ର ପାଣ୍ଡରl ଠାରେ ଓ କୁଶଭଦ୍ରା ତଟ ପାଇଁ ୮୦ କୋଟି ଖର୍ଚ୍ଚ କରିବେ l ଏଥିରେ ରିଙ୍ଗ ରୋଡ, ଭାସମାନ ଜେଟି, କାଫ୍ଟେରିଆ, ମନୋରଞ୍ଜନ ପାର୍କ, ଜଳ କ୍ରୀଡା, ବିଜ୍ଞାନ ପାର୍କ ଇତ୍ୟାଦି ନିର୍ମାଣ କରିବା ଅନ୍ତର୍ଭୁକ୍ତ l ମହାନଦୀ ରେ ଅଣମୌସୁମୀରେ ପାଣି ଆସୁନି l ଖରାଦିନେ ନଦୀର ଶଯ୍ୟା ମରୁଭୂମି ର ଭ୍ରମ ସୃଷ୍ଟି କରେ l କିଛି ଅଂଚଳରେ ଗାର ପରି ଧାରରେ ପାଣି ମହାନଦୀ ରେ ଆସୁଛି l ନଦୀର ସୌନ୍ଦର୍ଯ୍ୟ ତାର ପ୍ରାକୃତିକ ନିରନ୍ତର ପ୍ରବାହ ଓ ନିର୍ମଳ ଜଳ ରାଶି ଭିତରେ ରହିଛି l ପ୍ରଥମେ ସେ କଥା ସରକାର ବିଚାର କରନ୍ତୁ ଓ ସେ ଦିଗରେ ପଦକ୍ଷେପ ନିଅନ୍ତୁ l ଏହି ପ୍ରାକୃତିକ ଶୋଭା କୁ ଅଣଦେଖା କରି କୃତ୍ରିମ ଉପାୟରେ ନଦୀର ସୌନ୍ଦର୍ଯ୍ୟ ବୃଦ୍ଧି ଯୋଜନା ହାସ୍ୟାସ୍ପଦ l ଏହା ଅର୍ଥର ଅପବ୍ୟୟ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅନୁଭବ କରେ l ମହାନଦୀ ରେ ସମ୍ବଲପୁର ଠାରେ ହେଉ ଅଥବା ମହାନଦୀ ର ପ୍ରଶାଖା ନଦୀ କୁଆଖାଇ ବା କୁଶଭଦ୍ରା ହେଉ , ଗ୍ରୀଷ୍ମ ଋତୁର ପାଣି ର ସଙ୍କଟ କୁ ଆମେ ଦେଖୁଛୁ l ଅଣ ମୌସୁମୀ ସମୟରେ ନଦୀ ପୁରା ଶୁଖିଲା ପଡ଼ୁଛି l ବାଲି ମରୁମୟ ନଦୀ କୂଳ ରେ ସୌନ୍ଦର୍ଯ୍ୟ କରଣ ଏକ ଅବାସ୍ତବ ଯୋଜନା l ଅସୁନ୍ଦର ମୁହଁ ରେ ପ୍ରସାଧନ ସାମଗ୍ରୀ ଲଗାଇ ରଙ୍ଗ ମଞ୍ଚରେ କ୍ଷଣିକ ପାଇଁ ସୁନ୍ଦର ଦେଖାଯିବl ଯାହା ପାଣି ବା ପ୍ରବାହ ନ ଥିବା ନଦୀ କୂଳରେ ସୌନ୍ଦର୍ଯ୍ୟ କରଣ କରିବା ତାହା ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଶୋଇ, ସଚ୍ଚି କାନ୍ତ ପ୍ରଧାନ ପ୍ରମୁଖ ଏକ ପ୍ରେସ ବିବୃତିରେ କହିଛନ୍ତି l ନଦୀ ତଟ ର ସୌନ୍ଦର୍ଯ୍ୟ କରଣ ବଦଳରେ ଓଡ଼ିଶାରେ ଥିବା ମହାନଦୀ ବେସିନ ଅଞ୍ଚଳରେ ଏହି ଅର୍ଥ ଖଚକରି ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ସୃଷ୍ଟି ଇତ୍ୟାଦି ପାଇଁ ସରକାର ଯୋଜନା କରନ୍ତୁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଷୋୟୀ କହିଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page