ଭୁବନ: ଓଡ଼ିଶ ଗ୍ରାମ ପଂଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିବା ଦେଖିବାକୁ ମିଳିଛି । ପୋଷାକ ବିତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଗୋବର୍ଦ୍ଧନ ବେହେରାଙ୍କ ସହ ଅନ୍ୟ ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିବାବେଳେ ବିଦ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିବା ଦେଖିବାକୁ ମିଳିଥିଲା । ଉପସଭାପତି କୁନି ବେହେରା ମଧ୍ୟ ଉପସ୍ଥିତ ରହିଥିଲେ। ଏଥିରେ ସାମ୍ବାଦିକ ତଥା ସମାଜସେବୀ ବିମଳ ରଣା ଓ ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା ଉପସ୍ଥିତ ରହି କୁନି କୁନି ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିବା ଦେଖିବାକୁ ମିଳିଛି । ଏହା ପିଲାମାନଙ୍କୁ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିବ ବୋଲି ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରା କହିଛନ୍ତି ।
