ଚାନ୍ଦବାଲି ବ୍ଲକରେ ଯୋଗଶିକ୍ଷକଙ୍କର ଗୁରୁତ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଚାନ୍ଦବାଲି: ପ୍ରଥମଥର ପାଇଁ ଚାନ୍ଦବାଲି ବ୍ଲକରେ ଯୋଗପ୍ରଶିକ୍ଷଣ ମାନଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଥିଲା | ବୈଠକରେ ଜିଲ୍ଲାସଭାପତି ସୁରେଶ ନାୟକ, ଉପଦ୍ରେଷ୍ଟା ରମାକାନ୍ତ ପାଣୀଗ୍ରାହୀ, ସମ୍ପାଦକ ସୂର୍ଯ୍ଯକାନ୍ତ ନାୟକ ଏବଂ ମହାନ ଯୋଗୀ ତଥା ଆଦରଣୀୟ ବଡଭଉଣୀ ଗୀତାରାଣୀ ସାଙ୍କ ଉପସ୍ଥିତରେ ଭାରତୀୟ ସଂସ୍କୂତି ପରମ୍ପରା ଅନୁଯାଯୀ ଭଗବାନ ଶିବଙ୍କ ନିକଟରେ ଦୀପପ୍ରଜ୍ଜୋଳନ କରାଯାଇଥିଲା ମାନସ ରଞ୍ଜନ ହାତୀଙ୍କ ଦ୍ବାରା ବୈଠକଟି ଆରମ୍ଭ ହୋଇଥିଲା | ବାସ୍ତବରେ ସମସ୍ତେ ଜାଣନ୍ତି ଯୋଗ ଅଭ୍ୟାସ ଶରୀର ପାଇଁ କେତେ ଉପକାରୀ । ଆଜିକାଲି ସରକାର ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯାହାଦ୍ୱାରା ଶରୀର, ମନ, ଆତ୍ମା ଏକ ସହ କାମ କରେ । ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିସ୍କ ପୂର୍ଣ୍ଣ ରୂପେ କାର୍ଯ୍ୟ କରେ । ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ । କେତେକ ମନେ କରନ୍ତି ଯେ ଏକ ଘଣ୍ଟାରୁ କମ୍ ସମୟ ଯୋଗ କଲେ ଶରୀର ପାଇଁ ଲାଭଦାୟକ ନୁହେଁ । କିନ୍ତୁ ଏହା ଠିକ୍ ନୁହେଁ । ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟ ଅଥବା ପ୍ରାତଃ ୪ଟାରୁ ସକାଳ ୯ଟା ମଧ୍ୟରେ ଏବଂ ସନ୍ଧ୍ଯା ୫ଟାରୁ ୭ଟା ମଧ୍ୟରେ ଯୋଗପ୍ରାଣାୟମ ଅଭ୍ଯାସଟି ଶରୀରରପାଇଁ ବହୁତ ଲାଭଦାୟକ ବୋଲି ଚାନ୍ଦବାଲିଯୋଗପ୍ରଶିକ୍ଷକ ମାନେ ଆଜି ବ୍ଲକସ୍ତରୀୟ ବୈଠକରେ ମତପ୍ରକାଶ କରିଥିଲେ | ସରକାରଙ୍କଠାରୁ ଆସୁଥିବା ପାରିଶ୍ରମିକ ଉଚିତ ସମୟରେ ଯୋଗଶିକ୍ଷକଙ୍କୁ ପ୍ରଦାନ କରାଯାଇପାରୁନାହିଁ, ବିଭିନ୍ନ ସ୍ବାସ୍ଥ୍ଯ କେନ୍ଦ୍ରରେ ଯୋଗଶିକ୍ଷକଙ୍କର ଯୋଗପ୍ରଶିକ୍ଷଣରେ ସହଯୋଗ ନାହିଁ ତେବେ ଏମିତି ହେଲେ ଆସନ୍ତାଭବିଷ୍ଯତ କଣ ରହିବ ଏବଂ ଯୋଗଅଭ୍ଯାସ କରି ଅନେକ ଅଣସଂକରମଣ ରୋଗୀମାନେ ଲାଭପାଉଥିବାବେଳେ ସେମାନଙ୍କର ଦାବି ରହୁଛିଯେ ପ୍ରତ୍ଯେକ ଦିନ ଆମକୁ ଯୋଗଅଭ୍ଯାସ କରାନ୍ତୁ କିନ୍ତୁ ସରକାରଙ୍କ ଦ୍ବାରା ସପ୍ତାହକୁ ୨ଦିନ ମାସକୁ ୮ଦିନ ସରକାରଙ୍କତରଫରୁ ଯୋଜନା ରଖାଯାଇଛି | ଯଦି ମାସକୁ ୨୪ରୁ୨୬ଥର ଯୋଗପ୍ରଶିକ୍ଷଣ ପ୍ରଦାନ କରିବାପାଇଁ ଦାବି ରଖୁଛନ୍ତି | ସେଥିପାଇଁ ଆଜି ଏହିସବୁ ସମସ୍ଯାର ସମାଧାନ ନିମନ୍ତେ ସମସ୍ତ ଯୋଗଶିକ୍ଷକଙ୍କ ମଧ୍ୟରେ ଆଲୋଚନା କରାଯାଇ ଆସନ୍ତା କିଛିଦିନ ମଧ୍ୟରେ ଜିଲ୍ଲା ମୁଖ୍ଯଚିକିତ୍ସା ଅଧିକାରୀ ଏବଂ ପରେପରେ ସ୍ବାସ୍ଥ୍ଯ ମୁଖ୍ଯଅଧିକାରୀଙ୍କୁ ଭେଟି ଏସବୁ ବିଷୟରେ ଚର୍ଚାକରାଯିବ ବୋଲି ଆଲୋଚନା କରାଯାଇଥିଲା | ବୈଠକରେ ସମସ୍ତ ଯୋଗଶିକ୍ଷକ ମାନେ ଉପସ୍ଥିତ ଥିଲେ | ଶେଷରେ ଶାନ୍ତିପାଠକରି ପ୍ରସାଦ ସେବନ କରାଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page