ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଧୂମଧାମ ତଥା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ଗ୍ରାମର ସମସ୍ତ ଲୋକେ ଏକତ୍ରିତ ହେବା ସହ ପୂଜାର୍ଚ୍ଚନା କରିଥିବା

ଦେଖିବାକୁ ମିଳିଛି। ପୀଠକୁ ସୁନ୍ଦରଭାବେ ସାଜସଜ୍ଜା କରାଯାଇଥିବାବେଳେ ତାରିଣୀ ଯୁବକ ସଂଘର କର୍ମକର୍ତ୍ତା ରବିନାରାୟଣ ବେହେରା, ମିଲନ ମହାନ୍ତି, ବୁଲୁ ବେହେରା, ପିତବାସ, ଓ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ପ୍ରମୁଖ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।
