ବଙ୍ଗଳା ଚଳଚ୍ଚିତ୍ର “ଆଗୁନ୍” ରେ ଓଡ଼ିଆ ପୁଅ ଗୁଲଜାର୍

ବାଲିପାଟଣା: ଇତିମଧ୍ୟରେ ଏକାଧିକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ସହ ଅଭିନୟ କରି ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ସହ ଅନେକ ପୁରସ୍କାର ଲାଭ କରିପାରିଛନ୍ତି ନୁଆ ମଠ, ସାହେବ ନଗର, ବାଲିପାଟଣା ନିବାସୀ ପିତା ଶେଖ୍ ସିଦ୍ଦିକି ଓ ମାତା ଫାତମା ବିବିଙ୍କ ପୁଅ ଶେଖ୍ ଗୁଲଜାର୍ ହୁସେନ୍। ବଙ୍ଗଳା ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରାହୁଲ ଶାହାଙ୍କ ନିର୍ଦ୍ଦେଶନାରେ ୨୦୨୨ ମସିହାରେ ନିର୍ମିତ ବଙ୍ଗଳା ଚଳଚ୍ଚିତ୍ର “ମୋମୋ ଦି ଗେମ୍ ଅଫ୍ ଡେଟଥ୍” ରେ ଅଭିନୟ ର ସୁଯୋଗ ପାଆନ୍ତି ଗୁଲଜାର ଯାହା ୨୦୨୩ ମସିହା ଫେବୃଆରୀ ୧୦ ତାରିଖରେ ସମଗ୍ର କୋଲକତା ରେ ମୁକ୍ତିଲାଭ କରିଥିଲା। ଏବେ ପୁଣିଥରେ ରାହୁଲ ଶାହାଙ୍କ ନିର୍ଦ୍ଦେଶନାରେ ଆଉ ଏକ ବଙ୍ଗଳା ଚଳଚ୍ଚିତ୍ର “ଆଗୁନ୍” ରେ ଅଭିନୟ କରିଛନ୍ତି ଗୁଲଜାର୍। ଯାହାର ସୁଟିଂ ଚାଲୁ ରହିଛି। ଗୁଲଜାରଙ୍କ ଅଭିନିତ ଏହା ଦିତ୍ବୀୟ ବଙ୍ଗଳା ଚଳଚ୍ଚିତ୍ର। ଏଥିରେ ବିଭିନ୍ନ ଭୂମିକାରେ ଅଛନ୍ତି ସାନୁ, ସିଷ୍ଟି ବିଶ୍ଵାସ, ମୋନୋଜିତ ବୋରାଲ, ଶେଖ୍ ଗୁଲଜାର୍ ହୁସେନ୍, ଅନସୂୟା ସାମନ୍ତ , ରୂପା ମହାପାତ୍ରା , ଦେବଜିତ ପାଣ୍ଡା, ରିସଭ ସରକାର, ଅଂକିତ ମହାପାତ୍ରା, ଆହୁରି ଅନେକ ବଙ୍ଗୀୟ କଳାକାର।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page