ଧୂମଧାମରେ ହୋଲି ଉତ୍ସବ ପାଳନ

ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ ହାତରେ ରଙ୍ଗବେରଙ୍ଗର ଫଗୁ ଧରି ଯୁବଗୋଷ୍ଠୀ ଏବଂ ରାଜନେତା ମାନେ ଫଗୁ ଲଗାଇ ଶୁଭେଚ୍ଛା ଜଣାଇଥିଲେ l ବିଶେଷ କରି ଯୁବ ସମାଜସେବୀ ସୁବ୍ରତ କୁମାର ମହାନ୍ତିଙ୍କ ଦ୍ୱାରା ବାଳକାଟି ବଜାରରେ ଥିବା ସ୍ୱସ୍ତିକ ମଣ୍ଡପରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥିଲା l ଏଥିରେ ଦଳଗତ ନିର୍ବିଶେଷରେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଆଧ୍ୟାତ୍ମିକବାଦୀ ସନ୍ତୋଷ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲି, ବେଣୁଧର ଭୋଇ, ଭାଗ୍ୟଧର ନନ୍ଦୀ, ବ୍ରହ୍ମାନନ୍ଦ ସ୍ୱାଇଁ, ଅରୁଣ କୁମାର ସାହୁ, ରଞ୍ଜନ କୁମାର ମହାପାତ୍ର, ଦୀନବନ୍ଧୁ ଭୋଇ, ଅଶୋକ କୁମାର ସାହୁ, ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ l ଏଥିପାଇଁ ସମସ୍ତଙ୍କ ମିଠା, ଦହିବରା, ଗୁପଚୁପ ଆଦି ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page