ବାଲିଅନ୍ତା,:ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ବାଲିପାଟଣା ବ୍ଲକ ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ଏହି ଦିବସରେ ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l


ଏଥିରେ ଅନ୍ୟମାନଙ୍କ ମଧ୍ୟରେ “ଆମ ସଂଗଠନ” ଅଧ୍ୟକ୍ଷ କମଳ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ଦାସ, କୁନମୁନ ଲେଙ୍କା, ଗଙ୍ଗାଧର ମଲ୍ଲିକ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ବ୍ଲକ ସଭାପତି ପ୍ରଦୀପ୍ତ ଜେନାମାଣୀ, ସରପଞ୍ଚ ଅଜିତ ପାତ୍ର, ଭଗବାନ ବେହେରା, ଯୁବନେତା ମାନସ ନାୟକ ସମେତ ୩୩ ଗୋଟି ପଞ୍ଚାୟତର ଜନପ୍ରତିନିଧି ଏବଂ ଶତାଧିକ ମହିଳା ଯୋଗଦେଇଥିଲେ l ଏହି ଅବସରରେ ଉପସ୍ଥିତ ମହିଳାଙ୍କୁ ଶାଢ଼ୀ, ଗୋଲାପ ଫୁଲ ଓ ଚକଲେଟ ବଣ୍ଟନ କରାଯାଇଥିଲା l