୨୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷାକୁ କିପରି ଶୃଙ୍ଖଳିତ କରାଯିବ ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି । ସମସ୍ତ ୩ହଜାର ୪୭ ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗା ଯାଇଛି । ଏଥିରୁ ୬ ଶହଟି ସମ୍ବେଦନଶୀଳ ଓ ବିଶେଷ ସମ୍ବେଦନଶୀଳ କେନ୍ଦ୍ରରେ AI କ୍ୟାମେରା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ଲାଗି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଜଗିବ ଆର୍ଟିଫିସିଆଲ ଇେ ଲିଜେନ୍ସ, AI । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ ଇଓ । ପ୍ରଥମ ଥର ଲାଗି ମାଟ୍ରିକ୍ ପରୀକ୍ଷା ପରିଚାଳନରେ ପ୍ରୟୋଗ ହେଉଛି ଆର୍ଟିଫିସିଆଲ ଇେ ଲିଜେନ୍ସ । ପରୀକ୍ଷା ପରିଚାଳନାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେଲେ କମାଣ୍ଡ ରୁମ୍କୁ ସିଧା ସଳଖ ଜଣାଇବ ଇଓ କ୍ୟାମେରା । କପି ଉପରେ ନଜର ରଖିବ । କପି କରୁଥିବା ପରୀକ୍ଷାର୍ଥୀଙ୍କ ଫଟୋ କମାଣ୍ଡ ରୁମ୍ କୁ ପଠାଇବ । ସେହି ଆଧାରରେ ହେବ ଆକ୍ସନ । ତେଣୁ ପରୀକ୍ଷାରେ କପି କଲେ ଫସିବେ ପରୀକ୍ଷାର୍ଥୀ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସି କ୍ୟାମେରା । ଏହାସହ ୬୦୦ଟି ସମ୍ବେଦନଶୀଳ ଓ ବିଶେଷ ସମ୍ବେଦନଶୀଳ କେନ୍ଦ୍ରରେ ଇଓ କ୍ୟାମେରା ଲାଗିଛି । AI ମାଧ୍ୟମରେ ମାଟ୍ରିକ ପରୀକ୍ଷାର ହେବ ୱେବକାଷ୍ଟିଂ । ଏଥିପାଇଁ ବୋର୍ଡ କାର୍ଯ୍ୟାଳୟରେ ନିର୍ମିତ ହୋଇଛି ସ୍ୱତନ୍ତ୍ର କେ ଲ ରୁମ୍ । ଅପରେଟିଂ ପାଇଁ କମାଣ୍ଡ ରୁମରେ ରହିବେ କର୍ମଚାରୀ । ପରୀକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ପ୍ରତେକ ଗତିବିଧି ଉପରେ ନଜର ରଖିବଇଓ । ସାମାନ୍ୟ ତ୍ରୁଟି ଦେଖିଲେ କମାଣ୍ଡ ରୁମକୁ ସିଧା ସଳଖ ଜଣାଇବ ଇଓ କ୍ୟାମେରା । ଆଜି ଏହାର ଡ୍ରାଏ ରନ କରାଯାଇଛି । ଆସନ୍ତା ୨୦ ତାରିଖରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩ ହଜାର ୪୭ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ପ୍ରଶ୍ନ ପତ୍ର ରଖିବା ପାଇଁ ୩୧୩ ନୋଡାଲ ସେ ଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୭ଟା୩୦ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ । ୮ଟା ୧୫ ପରେ ଆଉ କାହାକୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ । କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ । ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାର୍ଚ୍ଚ ୩୦ ସୁଦ୍ଧା ଖାତା ଦେଖା ସରିବା ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page