ପୁରୀରେ ହେବ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର

ଭୁବନେଶ୍ୱର: ପୁରୀରେ ହେବାକୁ ଯାଉଛି ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର । ଏହାର ନିର୍ମାଣ କାମ ପିପିପି ମୋଡରେ କରାଯିବ । ଏଥିପାଇଁ୨୨୦୩ କୋଟି ଟଙ୍କାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ୧୦୯୫ ଦିନ ବା ୩ବର୍ଷ ଭିତରେ ବିମାନବନ୍ଦର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।ଏୟାରପୋର୍ଟ ଜମି ଅଧିଗ୍ରହଣ ପାଇଁ ପରିବେଶ ମଞ୍ଜୁରୀ ମିଳିଥିବା ବେଳେ ବିମାନ ଚଳାଚଳ କରିବା ପାଇଁ ଆବଶ୍ୟକ ପରିବେଶ ଆସେସେମେଣ୍ଟ କ୍ଲିୟରାନ୍ସ ଓ ସିଆରଜେଡ କ୍ଲିୟରାନ୍ସ ସହ ପ୍ରଦୂଷଣ କ୍ଲିୟରାନ୍ସ ସାର୍ଟିଫିକେଟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରିବେଶବିତ । ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପୁରୀରେ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଛି । ପିପିପି ମୋଡରେ ମୋଟ ୨୨୦୩ କୋଟି ଟଙ୍କାରେ ଏହାକୁ ନିର୍ମାଣ କରାଯିବ । ଏଥିପାଇଁ ଟେଣ୍ଡର ପକାଇବା ପ୍ରକ୍ରିୟା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ । ଆବେଦନକାରୀ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଇ ପାରିବେ । ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ । ଇଡକୋ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପରିବେଶବିତ ବିମାନବନ୍ଦରକୁ ସ୍ୱାଗତ କରିଥିଲେ ମଧ୍ୟ ଯେହେତୁ ଗିରଳ ଜଙ୍ଗଲ, ସିପସରୁବାଲି ମୌଜା ଓ ଷଣ୍ଢପୁରୁ ଅଞ୍ଚଳର ଗ୍ରାମବାସୀ ପ୍ରଭାବିତ ହେବାର ଥିବାରୁ ପରିବେଶ ମନ୍ତ୍ରଣାଳୟ ପରିବେଶ ଆସେସେମେଣ୍ଟ କ୍ଲିୟରାନ୍ସ ଦେବା ଦରକାର ବୋଲି କହିଛନ୍ତି । ବିମାନ ଚଳାଚଳ ହେଲେ କଣ ସବୁ ପ୍ରଭାବ ରହିବ ଜଙ୍ଗଲର ଜୀବଜନ୍ତୁ କେତେ ପ୍ରଭାବିତ ହେବେ ସାମୁଦ୍ରିକ ଜୀବ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହା ଉପରେ ଗୁରୁତ୍ୱ ଦେବାର ରହିଛି । ଏଥିସହ ସିଆରଜେଡ କ୍ଲିୟରାନ୍ସ ଓ ପ୍ରଦୂଷଣ କ୍ଲିୟରାନ୍ସ ସାର୍ଟିଫିକେଟର ବି ଆବଶ୍ୟକତା ରହିଛି ବୋଲି ପରିବେଶବିତମାନେ କହିଛନ୍ତି । ସେପଟେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ହେବା ଗୋଟିଏ ଖୁସିର କଥା ବୋଲି ପର୍ଯ୍ୟଟକମାନେ କହିଛନ୍ତି । ଏହାଦ୍ୱାରା ଭାରତ ତଥା ବିଶ୍ୱର କୋଣଅନୁକୋଣରୁ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News