ବାଲିଅନ୍ତା ୩୧/୦୩ :- ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ ରେ ଥିବାବେଳେ। କିଛି ଯୁବ ଇନ୍ ଷ୍ଟା ଗ୍ରାମ୍ ବେବହାର କରୀ ବାଳକାଟି ସାଇଫନ୍ କୁ ବୁଲି ବା ସହିତ ତାର ସୁନ୍ଦର ପ୍ରାକୃତିକ ପରିବେଶକୁ ଭିଡିଓ ମାଧ୍ୟମ ରେ ସୋସିଆଲ ମିଡିଆର ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରି ଦର୍ଶକ ମାନଙ୍କୁ ଏଠାକୁ ଆସି ପାଇଁ ଆମନ୍ତ୍ରଣ କରୁଥିବାର ନଜର ରହିଛି। ଯାହା କୁ ଦେଖି ଅନେକ ଯୁବ ୟୁଟୁଭର ଆଖ ପାଖ ଅଞ୍ଚଳରୁ ଆସି ସାଇଫନ୍ (କେନାଲ) ରେ ଭିଡ଼ ଯମାଇ କେତେକ ନିଶା ଖାଇ ବା ସହିତ ତାର ସେଠାରେ ବିପଦଜ୍ଜନକ ଅବସ୍ଥାରେ ଭିଡିଓ ଉତଳନ କରିବା ସହ ବିପତ୍ତଜନକ ସ୍ଥାନରେ ଗାଧାଉ ଥିବାର ନଜର ମଧ୍ୟ ରହିଛି। ପ୍ରକାଶ ଥାଉ କି ଦୀର୍ଘ ବର୍ଷ ମଧ୍ୟରେ ରେ ଉକ୍ତ ସ୍ଥାନରେ ୩୦ ରୁ ଉର୍ଦ୍ଧ ଯୁବକ, ବ୍ୟକ୍ତି ବୁଡି ଯାଇ ପ୍ରାଣ ହରାଇବା ଖବର ଅଛି ।

ଉକ୍ତ ସ୍ଥାନକୁ ନ ଆସିବା ପାଇଁ ସ୍ଥାନୀୟବାସିନ୍ଦା ବିଭିନ୍ନ ପ୍ରକାରର ବାରଣ କରିଥିଲେ ମଧ୍ୟ ଅମାନିଆ ଏହାକୁ ଖାତିର ନକରିବାରୁ ପରେ ପୋଲିସ୍ କୁ ଜଣେଇ ଥିଲେ।ଖବର ପାଇ ବାଳକାଟି ପିଶିଆର ପୋଲିସ୍ ସାଇଫାନ ରେ ପହଞ୍ଚି ଅମାନିଆ ଙ୍କୁ ଘଉଡାଇ ଥିଲେ ମଧ୍ୟ ପୁଲିସ ଗଲା ପରେ ଅମାନିଆଙ୍କ ଭିଡ଼ ପୁନର୍ବାର ଦେଖିବାକୁ ମିଳିଥାଏ । ଏନେଇ ଖବର ପ୍ରକାଶର ୪୮ ଘଣ୍ଟା ପରେ ଉକ୍ତ ସାଇଫନ୍ ରେ ଆଜି ଜଣେ ବିଦ୍ୟାର୍ଥି ଙ୍କ ପାଣି ରେ ବୁଡି ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁାୟୀଇ ପ୍ରାଣ ହରାଇଥିବା ବିଦ୍ୟାର୍ଥି ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ମନ୍ତ୍ରୀପଡା ଗ୍ରାମର ଏସ. କେ. ମହମଦ ଅଲ୍ଲୀଙ୍କ ପୁଅ ଏସ. କେ. ଇସାଦ ଅଲ୍ଲୀ l ସେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକକୋତ୍ତର ଛାତ୍ର ଥିଲେ l କଲେଜ ଆଜି ପରୀକ୍ଷା ସରିବା ପରେ ଭାଇରାଲ୍ ବାଳକାଟି ସାଇଫନ୍(କେନାଲ) ବିଷୟରେ ଜାଣିବା ପରେ ସେଠାକୁ ଯିବା ପାଇଁ ନିଜ ସାଙ୍ଗ ମାନଙ୍କ ସହ ୨ଟି ଗୋଷ୍ଟିରେ ୮ ଜଣ ସେମାନେ ପିପିଲି ଥାନା ପୁବାଶାସନ ପାର୍ଶ୍ଵରେ ମୋଟର ସାଇକଲ ଓ ବ୍ୟାଗ ରଖି ଭାର୍ଗବୀ ନଦୀକୁ ଯାଇଥିଲେ । ସେଠାରେ କିଛି ଛାତ୍ର ରିଲସ କରିଥିବା ବେଳେ ୪ ଜଣ ଛାତ୍ର ଗାଧୋଇବା ପାଇଁ ନଦୀକୁ ଡେଇଁଥିଲେ l ଗାଧୋଇବାକୁ ଡେଇଁଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ କୂଳକୁ ଆସିଥିବା ବେଳେ ଏସ. କେ ଇସାଦ ନଦୀର ବୁଡି ପ୍ରଖର ସୁଅ ରେ ଗଭୀର ଜଳରାଶି ଭିତରେ ଇସାଦ ନିଖୋଜ ହୋଇଯାଇ ଥିଲେ। ପରେ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା , ପିପିଲି ଓ ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀ, ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟା ପରେ ଇସାଦଙ୍କ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରକୁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପିପିଲି ପୁଲିସଙ୍କ ଠାରୁ ସୂଚନା। ସାଥୀ ସାଙ୍ଗକୁ ହରାଇ କାନ୍ଦ ବୋବାଳି ରେ ଶୋକ ଛାୟା ଖେଳି ଯାଇଥିଲା ନଦୀ ପରିବେଶ। ଏହି ଅଘଟଣ ଘଟିଲା ପରେ ଦାୟୀ କିଏ ରହିବ। ସାଧାରଣ ରେ ପ୍ରଶ୍ନ? ବୁ ଜାଣିବା ପରେ ବି ରିଲ୍ସ ରେ ବାଇଆ ଯୁବ ପୀଢ଼ି। ଏହାକୁ ଦେଖି ସାଧାରଣ ରେ ଦାବି ହୋଇଛି କି ଉକ୍ତ ସ୍ଥାନ କୁ ବିପପୂର୍ଣ୍ଣ ସଙ୍କତ ସର୍ତକ ସୂଚନା ନାମ ଫଳକ ବୋଡ ଲଗାଯାଉ । ଆସୁଥିବା ଅମାନିଆ ଓ ଇନ୍ ଷ୍ଟା ଗ୍ରାମ୍ ପୋଷ୍ଟ କରୁଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ପୋଲିସ୍ ପ୍ରଶାସନ ଦୃଢ଼ କାର୍ଯ୍ୟାୁଷ୍ଠାନ ନେବା ସହ ସେମାନଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ବାଳକାଟି ସାଇଫନ୍ ର ସମସ୍ତ ଭାଇରାଲ ଭିଡିଓ କୁ ଡିଲେଟ୍ କରାଯାଉ । ଉକ୍ତ ସ୍ଥାନରେ ପୁଲିସ୍ ପେଟ୍ରୋଲିଂ କୁ କଡକଡି କରାଯାଉ। ଯାହା ଦ୍ଵାରା ଆଗାମୀ ଦିନରେ ଅନେକ ଜନ ଜୀବନ କୁ ରକ୍ଷା କରାଯାଇ ପାରିବ।