ଚିଲିକା: ଦଣ୍ଡ ଯାତ୍ରା ଓ ମେରୁ ଉତ୍ସବ ପାଳିତ

ଚିଲିକା,୧୩।୪:ପବିତ୍ର ଚୈତ୍ର ମାସ ଅବସରରେ ଚିଲିକା ଅଞ୍ଚଳରେ ଥିବା ଦଣ୍ଡ କୋଠି ମାନଙ୍କରେ ଦଣ୍ଡଯାତ୍ରା ଓ ମେରୁ ଉତ୍ସବ ପାଳିତ ହୋଇଯାଇଛି।ସ୍ଥାନୀୟ ସୁନାଖଳା କୋଠି ସମେତ ବଡପଦର, ସଲପଡିହ, କୁଲେଇ, ନଇରୀ, ବଉଳା ବନ୍ଧ, ବାଲିଆ, ଛକଡିପୁର, ଭେଟେଶ୍ଵର , ଗାଲୁଆ ମାଟିଆ ପୋଖରୀ, ଭୀମପୁର, ଅରାଙ୍ଗ, ଖରିଆପଲ୍ଲୀ ,ସାନ ହନ୍ତୁଆଡ , ବୋରିଗାଁ, ବେଣୁଆ ବାଡି, ମଙ୍ଗଳପୁର ଓ ବଡ଼ସିରେଇ ପୁର ଆଦି କୋଠି ପକ୍ଷରୁ ପାଣିତୋଳା ପର ଠାରୁ ୨୧ ଦିନିଆ ଦଣ୍ଡ ପର୍ବ ଆଜି ମେରୁ ଯାତ୍ରା ଅବସରରେ ସମାପନ ହୋଇଯାଇଛି। ସ୍ଥାନୀୟ ସୁନାଖଳା କୋଠି ପକ୍ଷରୁ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ବର ମହାଦେବ ,ଵଡପଦର କୋଠି ପକ୍ଷରୁ ସ୍ବତନ୍ତ୍ର ଅନୁରୂପ ଭାବେ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ବର ମହାଦେବ, ଚିଲିକା ବ୍ଲକର ବାଲିଆ କୋଠି ପକ୍ଷରୁ ପ୍ରଭୁ ଶ୍ରୀ ଗାଦିଶ୍ବର ଓ ବଉଳା ବନ୍ଧ କୋଠି ପକ୍ଷରୁ ଗାଦିଶ୍ଵର ମହାଦେବ ଙ୍କ ଆଜ୍ଞାମାଳ ପାଇବାପରେ ପାଟ ଭଗତା ଓ ଅନ୍ୟାନ୍ୟ ମାନସିକ ଧାରୀ ଦଣ୍ଡୁଆ ଭଗତାଙ୍କ ମେଳରେ ମା କାଳିକା ଠାକୁରାଣୀଙ୍କ ବିଜେ କାଠି ପ୍ରତିମାଙ୍କ ଆମନ୍ତଣ ପୂଜା ଅର୍ଚ୍ଚନା ଶୋଭାଯାତ୍ରା ହୋଇ ପ୍ରତ୍ୟହ ରାତିରେ ମାନସିକ ଧାରୀ ଙ୍କ ପକ୍ଷରୁ ଦଣ୍ଡ ବନ୍ଦାଣ ଓ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଆସୁଥିଲା। ମେରୁ ଯାତ୍ରା ଅବସରରେ ସ୍ଥାନୀୟ ମନ୍ଦିର ପରିସରରେ ପ୍ରତି କୋଠି ପକ୍ଷରୁ ଠାକୁରାଣୀଙ୍କ ହୋମ ଯଜ୍ଞ ଓ ଓହଳତପ ଝାମୁ ଖେଳ ସହିତ ଦଣ୍ଡନୃତ୍ୟ ଓ ନାଟକ ଅନୁଷ୍ଠିତ ହୋଇଯାଇଛି। ସବୁ ସ୍ଥାନରେ ନିଆଁ ଓ ଝୁଣାର ଖେଳ ମଧ୍ୟରେ ଭଗତାଙ୍କ ହକ ଡାକ ଏହି ଶକ୍ତି ପୂଜା ଅର୍ଚ୍ଚନା କୁ ସାଧାରଣରେ ଗଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲା।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page