ଦେବାଶିଷ ନାୟକ ଓ ନିହାର ମହାନନ୍ଦ ବିଜେପିରେ ସାମିଲ

ଭୁବନେଶ୍ୱର: କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ । ସେ ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି । ବିଜେପିରେ ସାମିଲ୍ ହେବା ପରେ ବିଜେଡି ଉପରେ ବର୍ଷିଲେ ଦେବାଶିଷ ନାୟକ । କହିଲେ, ତାମିଲ୍ ଶାସନରେ ବିଜେଡି ଚାଲିଛି । ଦଳରେ ଗୋଟିଏ କୋଟେରି କାମ କରୁଛି । ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି । ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ । ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ଆମଦାନୀ କରୁଛି ବିଜେଡି । ଓଡ଼ିଶାରେ ଜୟଲଳିତା ସିଣ୍ଡ୍ରୋମ କାମ କରୁଛି ବୋଲି ଦେବାଶିଷ କହିଛନ୍ତି ସେ କହିଛନ୍ତି, ବିଜେଡି ଆରମ୍ଭ ବେଳେ ମୁଁ ନବୀନବାବୁଙ୍କ ସାଙ୍ଗରେ ଥିଲି । ସେତେବେଳେ ସେ ଭିନ୍ନ ମଣିଷ ଥିଲେ । ବହୁତ ଭଲ କାର୍ଯ୍ୟକ୍ରମ କରାଯାଉଥିଲା । ହେଲେ ବର୍ତ୍ତମାନ ନବୀନବାବୁ ବଦଳି ଯାଇଛନ୍ତି । ସେ ଯେଉଁ ନୀତି ଆଦର୍ଶନରେ ଥିଲେ, ଏବେ ଆଉ ନାହାନ୍ତି । କିଛି ଲୋକେ କହୁଥିଲେ ବିଜୁ ବାବୁଙ୍କୁ ‘ଭାରତ ରନô’ ଦିଆଯାଉ, ଭଲ କଥା । ହେଲେ ଏଥିପାଇଁ କିଏ ମନା କଲା ଯେତେବେଳେ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ଦେବା ପାଇଁ ଘୋଷଣା କରାଯାଇଥିଲା, ସେତେବେଳେ ନବୀନବାବୁଙ୍କୁ ବୁଝାଇ ଦିଆଗଲା ଆମର ସେ ସମ୍ମାନ ଦରକାର ନାହିଁ । ଯଦି ମୋଦିଜୀ ଚାହୁଁଥିଲେ ବିଜୁ ପରିବାରକୁ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ, ତାହାହେଲେ ଗ୍ରହଣ କଲେନାହିଁ କାହିଁକି? ଆଉ ଏବେ ବିଜୁବାବୁଙ୍କୁ କାହିଁକି ଭାରତ ରନô ଦିଆଯାଉ ନାହିଁ ବୋଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏବେ ତୁମେ କେଉଁ ମୁହଁରେ କୁମ୍ଭୀର କାନ୍ଦଣା କାନ୍ଦୁଛ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page