ଭୁବନେଶ୍ୱର ତା 18/04/26 ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ “ନମାମି ମନ୍ଦାକିନୀ ଓ ପୁଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ”ପକ୍ଷରୁ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ 2026ରେ ସମ୍ମାନିତ କରାଯାଇଥିଲା l ଉତ୍ତରୀୟ,ପଗଡି,ସାଲ, ଟ୍ରଫି ପୁଷ୍ପଗୁଚ୍ଛ, ପୁସ୍ତକ ପ୍ରଦାନ କରାଯିବା ସହିତ ଓଡିଶା ର ପରମ୍ପରା ଓ ସଂସ୍କୃତି ଅନୁସାରେ ଚନ୍ଦନ, ଚାଉଳ, ପୁଷ୍ପ ପ୍ରମୁଖ ଦ୍ୱାରା ଆଶୀର୍ବାଦ ଓ ସ୍ୱାଗତ କରାଯାଇଥିଲା l ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ସ୍ୱରୂପ ଅଭିମନ୍ତ୍ର ଦ୍ୱାରା ତାଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ l

ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ସଞ୍ଜୟ ବେହୁରା, ପ୍ରଶାନ୍ତ ପରିଡା, ସାମ୍ବାଦିକ ଚିରଞ୍ଜିବି ସେଠି, ସନ୍ତୋଷ ଲେଖା ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ସାକ୍ଷାତ କରି ଉକ୍ତ ସମ୍ମାନ ପ୍ରଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଓଡିଶା ପାଇଁ ବିକାଶ ମୂଳକ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ୱିତ ହେବ ବୋଲି ମତବ୍ୟକ୍ତ କରିଥିଲେ l