ଚାପ ଖେଳିଲେ ବାବା ସ୍ଵପ୍ନେଶ୍ଵର ଓ ବାଲୁଙ୍କେଶ୍ୱର ଦେବ

ବାଲିଅନ୍ତା,୨0|୪():ବାଳକାଟି ଅଞ୍ଚଳର ଆରାଧ୍ଯ ତଥା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ଥାନପତି ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ପୂର୍ବଦିନ ଯଥା ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀଦୋଳଗୋବିନ୍ଦ ଶ୍ରୀଶ୍ରୀବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନ ଯୋଗେ ବାବା ସ୍ୱପ୍ଲେଶ୍ଵର ଦେବଙ୍କ ମନ୍ଦିରକୁ ଆସିଥିଲେ l ଗୋଟେ ରାତି ରହିବା ପରେ ଅର୍ଥାତ ଅକ୍ଷୟତୃତୀୟା ଦିନ ମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି କରାଯାଇ ଗୋଟିଏ ପାଲିଙ୍କିରେ ବାବା ସ୍ଵପ୍ଲେଶ୍ଵର ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଶ୍ରୀଚନ୍ଦ୍ରଶେଖର, ମାତା ପାର୍ବତୀ, ଶ୍ରୀଦୋଳଗୋବିନ୍ଦ (ଗୋପୀନାଥ ଦେବ), ଶ୍ରୀବାଲୁଙ୍କେଶ୍ୱର ଦେବ, ମାତା ପାର୍ବତୀ ଚନ୍ଦନପୋଖରୀକୁ ବିରାଟ ପଟୁଆରରେ ଯାଇଥିଲୋ ସେଠାରେ ତୁଳସୀ ଚଉରା ନିକଟରେ ଆଳତୀ ପରେ ପୋଖରୀରେ ପ୍ରସ୍ତୁତ ହୋଇ ରହିଥ‌ିବା ଡ଼ଙ୍ଗାରେ ଚାପ
ଳିଥିଲୋ ଚାପ ଖେଳିଥିଲେ l ଏହି ସମୟରେ କୁନି କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l ଠାକୁରଙ୍କ ଏହି ଦୁର୍ଲଭ ପରମ୍ପରାକୁ ଅଞ୍ଚଳବାସୀ ଉପସ୍ଥିତ ରହି ଉପଭୋଗ କରିଥିଲେ l ଚାପ ଖେଳିସାରିଲା ପରେ ଠାକୁରଙ୍କୁ ଚନ୍ଦନ ମଣ୍ଡପ ବା ଚନ୍ଦନ ଗୃହକୁ ପାଛୋଟି ନିଆଯାଇଥିଲା l ସେଠାରେ ସୁଶୋଭିତ ଚନ୍ଦନ ପାଣିରେ ସ୍ନାନ ପରେ ଠାକୁରଙ୍କୁ ସୁନ୍ଦର ବେଶରେ ସଜାଇ ଯଥା ରୀତିନୀତି ପୂଜାର୍ଚନା କରାଯାଇଥିଲା l ପରେ ସୁସଜ୍ଜିତ ପାଲିଙ୍କିରେ ବିରାଟ ପଟୁଆରରେ ସମସ୍ତ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା l ଶେଷରେ ଭକ୍ତ ମାନଙ୍କ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା l ଠାକୁରଙ୍କ ଏହି ନୀତିକ୍ରାନ୍ତି ଛତିଶା ନିଯୋଗ ସମେତ କୈବର୍ତ୍ତ ସେବାୟତ, ଗୋପାଳ ସେବାୟତ, ବାରିକ ସେବାୟତ ଆଦି ସୁଚାରୁରୂପେ କାର୍ଯ୍ୟନିର୍ବାହ କରିଥିବାବେଳେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଟ୍ରଷ୍ଟ, ମନ୍ଦିର ପରିଚାଳନା କମିଟି, ଚାରିଦେଶର ମୁରବି, ପ୍ରତାପଶାସନ ପଞ୍ଚାୟତ ଜନପ୍ରତିନିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ଠାକୁରଙ୍କ ଏହି ନୀତିକ୍ରାନ୍ତି ୨୧ ଦିନ ପର୍ଯ୍ୟନ୍ତ ଚାଲିବ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page