ଝିଣ୍ଟିଶାସନ ପଞ୍ଚାୟତରେ ମାଗଣା ଚକ୍ଷୁସେବା ଶିବିର

ବାଲିଅନ୍ତା,୨୬|୫:ସ୍ଥାନୀୟ ଝିଣ୍ଟି ଶାସନ ପଞ୍ଚାୟତ ପରିସରରେ ପଟିଆ ସ୍ଥିତ ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପକ୍ଷରୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଭଳି ଏକ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରି ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇ ଦେଇଥିବାରୁ ସେ ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲର କର୍ତ୍ତୃପକ୍ଷ ଓ ଡାକ୍ତରୀ ଦଳଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଶିବିରରେ ମୋଟ ୬୬ ଜଣଙ୍କର ସଫଳ ଚକ୍ଷୁ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫୫ ଜଣ ରୋଗୀଙ୍କୁ ମାଗଣାରେ ଆବଶ୍ୟକୀୟ ଔଷଧ ଏବଂ ଚଷମା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମୋତିଆବିନ୍ଦୁ ବା ଅନ୍ୟାନ୍ୟ ଜଟିଳ ସମସ୍ୟା ରହିଛି, ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରୀ ଦଳ ଉପଯୁକ୍ତ ପରାମର୍ଶ ଦେଇଛନ୍ତି। ସହଯୋଗୀ କର୍ମଚାରୀମାନେ ଶିବିର ପରିଚାଳନା କରିଥିବା ବେଳେ, ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ସ୍ଵେଚ୍ଛାସେବୀମାନେ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page