ୟୁନିଟ 5 ଚଣ୍ଡେଶ୍ୱର ଓ ଜଗନ୍ନାଥ ମନ୍ଦିରରେ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ତା 9 ରିଖ l ୟୁନିଟ 5 ସ୍ଥିତ ଚଣ୍ଡେଶ୍ୱର ମହାଦେବ ଓ ଜଗନ୍ନାଥ ମନ୍ଦିରରେ ଜାଗର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଭୋରରୁ ମହାଦେବଙ୍କ ସମସ୍ତ ରୀତି ନୀତି ସମ୍ପର୍ଣ ହୋଇଥିଲା l ସକାଳ ଧୂପ,ସୂର୍ଯ୍ୟ ପୂଜା, ଅବକାଶ, ମଧ୍ୟାହ୍ନ ପୂଜା ଓ ସନ୍ଧ୍ୟା ଆଳତୀ ପରେ ରାତି 10 ଟାରେ ମହାଦୀପ ଉଠିଥିଲା l ଶହ ଶହ ଶ୍ରଦ୍ଧାଳୁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ପୂଜାର୍ଚନା କରିଥିଲେ l ସନ୍ଧ୍ୟା ରେ ଶ୍ରଦ୍ଧାଳୁମାନେ ଜାଗର ଜାଳିଥିଲେ l ସନ୍ଧ୍ୟାରେ ମା ସନ୍ତୋଷୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ଭକ୍ତି ସଂଗୀତ ଭଜନ ସମାରୋହରେ ଦର୍ଶକ ମାନଙ୍କୁ ଶିବ ପ୍ରେମରେ ବିମୋହିତ କରିଥିଲେ l ମହାଦୀପ ପରେ ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page